ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ

Published By : Prameya-News7 Bureau | December 06, 2023 IST

ଆନନ୍ଦପୁର ୦୬।୧୨ : ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷର ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଆଗରଦା ଗାଁର ଘଟଣା ।

wp:embed {"url":"https://www.prameyanews7.com/loot-case-in-rourkela-jhirapani-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/loot-case-in-rourkela-jhirapani-area/
/wp:embed

ଖବର ଅନୁଯାୟୀ, ଆଗରଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା । ଶେଷରେ ପୂର୍ବ ବିବାଦରୁ ହୋଇଛି ତୁମୁଳକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଯେଉଁଥିରେ ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ପୂର୍ବରୁ କେଉଁ କାରଣକୁ ନେଇ ବିବାଦ ହୋଇଥିଲା । ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ ।

wp:embed {"url":"https://www.prameyanews7.com/cuttack-baliyatra-end-after-9-days/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cuttack-baliyatra-end-after-9-days/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.