ଆଠଗଡ଼ ୨୪/୦୫: ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗ ଗ୍ରାମର ହରିଜନ ସାହିରେ ରାଜନୈତିକ ହିଂସା । ବିଜେପି କର୍ମୀମାନଙ୍କ ଦ୍ଵାରା ଟଙ୍କା ଓ ମାଦକ୍ୟ ଦ୍ରବ୍ୟ ବଣ୍ଟା ଯାଉଥିବା ବେଳେ ବିଜେଡି କର୍ମି କରିଥଲେ ବିରୋଧ। ଢେଲା ମାଡ ସହିତ ମେଣ୍ଟାଲ୍, କଟୁରୀ, ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ।
ପାଞ୍ଚରୁ ଅଧିକ ଆହାତ, ଆଠଗଡ଼ ମେଡିକାଲରେ ଭର୍ତ୍ତି। ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ । ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗୀ ଗ୍ରାମର ହରିଜନ ସାହିରେ ରାଜନୈତିକ ହିଂସାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ।
ଗୁରୁବାର ବିଳମ୍ବିତ ରାତିରେ ବିଜେପି କର୍ମୀ ମାନଙ୍କ ଦ୍ଵାରା ତରଡିଙ୍ଗ ଗାଁ ହରିଜନ ସାହିରେ ଟଙ୍କା ଏବଂ ମାଦକ୍ୟ ଦ୍ରବ୍ୟ ବଣ୍ଟାକୁ ବିରୋଧ କରିଥିଲେ ବିଜେଡି କର୍ମୀ । ବିରୋଧ କରିବା ପରେ କର୍ମୀ ମାନଙ୍କ ଦ୍ଵାରା ଗାଳି ଗୁଲଜ କରିବା ସହିତ ଢେଲା ପଥର ମାଡ଼ ସହିତ ମେଣ୍ଟାଲ୍, କଟୁରୀ, ଛୁରୀ ଦ୍ବାରା ଆକ୍ରମଣ କରିଥିଲେ ବିଜେଡ଼ି କର୍ମୀ ମାନଙ୍କ ଉପରକୁ ।
ଆକ୍ରମଣରେ ପାଞ୍ଚରୁ ଅଧିକ ଆହତ ଅତି ଗୁରୁତର ଅବସ୍ଥାରେ ଜଣେ ନାବାଳକ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଆଠଗଡ଼ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ।