ଉଦଘାଟନ ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ବିରୋଧ କରି ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Published By : Prameya-News7 Bureau | August 22, 2018 IST

ମନ୍ତ୍ରୀଙ୍କ ସାମ୍ନାରେ କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଜଳେଶ୍ବର କମର୍ଦ୍ଦା କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା, ମାରପିଟ୍ ହୋଇଛି । କଲେଜର ନୂତନ ଘର ଉଦଘାଟନ ବେଳେ ଉତ୍ତେଜନା ପ୍ରକାଶ ପାଇଛି । କଲେଜର ନୂତନ ଘର ଉଦଘାଟନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯାଇଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ବିପକ୍ଷ ଓ ସପକ୍ଷ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ମନ୍ତ୍ରୀ ଏହାକୁ ଉଦଘାଟନ କରି ନପାରି ଫେରିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.