ପିତାତଳି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଆହତ

Published By : Prameya-News7 Bureau | January 23, 2023 IST

ସାନଖେମୁଣ୍ଡି ୨୩।୦୧ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ। ପଥର ମାଡ଼ ସହ ବୋମାମାଡ଼ ହୋଇଥିବା ସୂଚନା। ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି କିଛି ଲୋକ। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଥିବା ବ୍ୟକ୍ତି ହେଲେ କେ.ଲୋକନାଥ।

ସେହିପରି ସମସ୍ତ ଆହତଙ୍କୁ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଲୋକନାଥଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ପୂର୍ବ ଶତ୍ରୁତା ନେଇ ଅନେକ ଥର ପାଟିତୁଣ୍ଡ ପରେ ବଚସା ଉଗ୍ର ରୂପ ନେଇଥିଲା। ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ, ସଦର ଏସଡିପିଓ ଓ ବ୍ରହ୍ମପୁର ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ପକ୍ଷଙ୍କ ଏତଲା ଅଧାରରେ ତଦନ୍ତ ଚାଲୁଥିବା ବେଳେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ପ୍ରତିଶୋଧ ପରାୟଣ ହୋଇ ଏଭଳି ଘଟିଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.