ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବୋମା ମାଡରେ ୪ ଆହତ

Published By : Prameya-News7 Bureau | September 24, 2021 IST

ସାନଖେମୁଣ୍ଡି ୨୪।୯: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁରେ ସକାଳୁ ବୋମା ମାଡ଼ ହୋଇଥିବା ଜଣାପଡିଛି । ବୋମା ମାଡ଼ରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନେ ପାତ୍ରପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

{"id":516771,"width":756,"height":491,"sizeSlug":"full","linkDestination":"none"}

ଘଟଣାସ୍ଥଳରେ ଜରଡ଼ା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପହଞ୍ଚି ତଦନ୍ତ ଚଲାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ସଂଘର୍ଷ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡିନଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.