ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭୋପାଳରେ ହେବ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ଅନ୍ତିମ ସତ୍କାର

17/12/2021 at 8:16 AM

ନୂଆଦିଲ୍ଲୀ ୧୭/୧୨: ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କ ଆଜି ଅନ୍ତ୍ୟେଷ୍ଟି । ଶୁକ୍ରବାର ସକାଳ ୧୧ଟାରେ ମଧ୍ୟପ୍ରଦେଶରେ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଅନୁଷ୍ଠିତ ହେବ । ସୂଚନାନୁସାରେ, ବୀରଗଡର ବିଶ୍ରାମ ଘାଟରେ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରାପ୍ତ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ଅନ୍ତିମ ସତ୍କାର କରାଯିବ ।

ଏହାପୂର୍ବରୁ ତାଙ୍କ ମୃତଦେହକୁ ଗୁରୁବାର ଦିନ ବାଙ୍ଗାଲୋରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଳକୁ ଅଣାଯାଇଥିଲା । ଅନ୍ୟ ଜନ ପ୍ରତିନିଧୀ, ସେନା ଏବଂ ପ୍ରଶାସନିକ ଅଧିକାରୀ ତଥା ସାଧାରଣ ନାଗରିକଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜ୍ୟ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୮ ଡିସେମ୍ବରରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଗୁରୁତର ଆହତ ହୋଇଥିଲେ ।

ଚପ୍ପରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସେନା ଅଧିକାରୀ ମଧ୍ୟ ଏହି ହେଲିକପ୍ଟରରେ ଥିଲେ । ବରୁଣ ସିଂଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା ଯେଉଁଠାରେ ସେ ବୁଧବାର ଶେଷନିଶ୍ୱାସ ତ୍ୟାଗ କରିଥିଲେ ।

   Related Posts