ରାଜକୀୟ ସମ୍ମାନ ସହ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଅନ୍ତିମ ସଂସ୍କାର: ଏକ କୋଟି ଟଙ୍କା ସମ୍ମାନ ନିଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 16, 2021 IST

କୁନ୍ନୁର ୧୬/୧୨ : ତାମିଲନାଡୁ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କ୍ୟାପଟେନ ବରୁଣ ସିଂହ ଅନେକ ଦିନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶହୀଦ ହୋଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି, ଡିସେମ୍ବର ୧୭ ରେ ଭୋପାଲରେ କରାଯିବ। ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅମର ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ।

{"id":560381,"width":720,"height":376,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂହ ଜୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ। ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ। କିନ୍ତୁ ଏବେ ସେ ଆମ ମଧ୍ୟରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ। ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର। ପ୍ରତ୍ୟେକ ଭାରତବାସୀ ପରିବାର ସହ ଛିଡା ହୋଇଛନ୍ତି। ବୀର ଯୋଦ୍ଧାଙ୍କୁ କେବଳ ସମ୍ମାନ ସହ ବିଦା କରାଯିବନି ବରଂ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପରିବାର ସହ ଆଲୋଚନା କରି ସଂସ୍ଥାର ନାମ ଓ ପ୍ରତିମା ସ୍ଥାପନା ପାଇଁ ବିଚାର କରାଯିବ। ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ।

ବରୁଣ ସିଂହଙ୍କ ପାର୍ଥିବ ଶରୀର ଅପରାହ୍ନରେ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଲ ଅଣାଯିବ। ଏୟାରପୋର୍ଟ ରୋଡ଼ ସ୍ଥିତ ଇନ୍ନର କୋର୍ଟ କଲୋନୀ ନିଆଯିବ। ସେଠାରେ କ୍ୟାପଟେନଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣଲ କେପି ସିଂହ ରୁହନ୍ତି। ପାର୍ଥିବ ଶରୀର ସେଠାରେ ଅଧା ଘଣ୍ଟା ରଖାଯିବ। ପରିବାର ସଦସ୍ୟଙ୍କ ଦର୍ଶନ ପରେ ପାର୍ଥିବ ଶରୀର ଇନ୍ଦ୍ରପ୍ରସ୍ଥ ପାର୍କ ନିଆଯିବ। ସେନା ପ୍ରୋଟୋକଲ ଅନୁଯାୟୀ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟା ରୁ ୧୨ଟା ମଧ୍ୟରେ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.