ଭୂଇଁନିମ୍ବ ଔଷଧୀୟ ଗୁଣରେ ଭରପୁର: ଜାଣନ୍ତୁ ଏହାର ଲାଭ ସମ୍ପର୍କରେ

Published By : Prameya-News7 Bureau | January 15, 2019 IST

ଛତିଶଗଡ଼ରେ ଦେଖିବାକୁ ମିଳୁଥିବା ଭୁଇଁ ନିମ୍ବ ଗଛ  ଔଷଧୀୟ ଗୁଣରେ ଭରି ରହିଥାଏ। ଏହି ଗଛର ପତ୍ର,କାଣ୍ଡ,ଡାଳ ସବୁ ଉପକାରୀ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ସକାଳେ ଉଠି ବ୍ୟାୟାମ କରିପାରନ୍ତି ନାହିଁ କିମ୍ବା ରକ୍ତଚାପ ଏବଂ ପକ୍ଷାଘାତରେ ପୀଡ଼ିତ ହୋଇଥାନ୍ତି ସେମାନଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ।

ଏହା ବ୍ୟତୀତ ଜ୍ବର,ମ୍ୟାଲେରିଆ,ପେଟ ସମସ୍ୟା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।  ଏହି ଗଛ ବହୁତ କଷ୍ଟରେ ଏକରୁ ଦେଢ଼ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହି ଗଛର ପତ୍ର,ଚେର ଏବଂ କାଣ୍ଡର ମିଶ୍ରଣ ପ୍ରସ୍ତୁତ କରି ପିଆଯାଏ। ଏଥିପାଇଁ ଏହାକୁ ଖରାରେ ଶୁଖାଯାଏ । ଶୁଖିବା ପରେ ଏହାକୁ ଗରମ ପାଣିରେ ଫୁଟାଇ ଛାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଏହାର ଫାଇଦା ଜାଣିଛନ୍ତି ଏବଂ ପ୍ରଚୁର ମାତ୍ରାରେ ଏହାର ବ୍ୟବହାର କରିଥାନ୍ତି। ଏହା ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଛୋଟ ପିଲାଙ୍କୁ ଏଥିରୁ ପ୍ରସ୍ତୁତ କାଢ଼ା ପିଇବାକୁ ଦେଲେ ଛୋଟ ପିଲାଙ୍କ କୃମି ମରିଯାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.