ଲେବାନନରେ ଇସ୍ରାଏଲର ଗ୍ରାଉଣ୍ଡ ଆକ୍ସନ; ସୁଡ଼ଙ୍ଗ ଭିତରେ ସର୍ଚ୍ଚ କରୁଛି ଆଇଡିଏଫ

Published By : Prameya-News7 Bureau | October 01, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହିଜ୍‌ବୁଲ୍ଲା ମଧ୍ୟରେ ଯୁଦ୍ଧ ତୀବ୍ର ହେଉଛି। ଇସ୍ରାଏଲ ସେନା ହିଜବୁଲ୍ଲା ମୁଖ୍ୟ ହାସନ ନସ୍‌ରଲ୍ଲାହକୁ ମାରିବା ପରେ ଲେବାନନରେ ଗ୍ରାଉଣ୍ଡ ଆକ୍ସନ ଆରମ୍ଭ କରିଛି । ଆଇଡିଏଫ୍ ଟ୍ୟାଙ୍କ୍ ସହିତ ସ୍ଥାଳଭାଗରୁ ହମଲା କରିଛି । ଆତଙ୍କୀ ଅପରେଟ୍ ହେଉଥିବା ସୁଡ଼ଙ୍ଗଗୁଡ଼ିକ ତନତନ କରି ତଲାସି କରିଛି । ଲେବାନନ୍‌ରେ ପୁଣି ୪୫ ଜଣ ପ୍ରାଣ ହରାଇଥିବା ବେଳେ ୭୫ ଆହତ ହୋଇଛନ୍ତି । 

ଲେବାନନ ଗ୍ରାଉଣ୍ଡ ଅପରେସନକୁ ନେଇ ଆମେରିକା ସୂଚନା ଦେଇ କହିଛି, ଆଇଡିଏଫ ଆତଙ୍କୀ ସଂଗଠନ ହିଜବୁଲ୍ଲାର ସମସ୍ତ ଠିକଣାରେ ବୁନିଆଦି ଢାଞ୍ଚାରେ ସର୍ଚ୍ଚ ଅପରେସନ କରିଛି । ମାଟି ତଳେ ଅପରେଟ୍ ହେଉଥିବା ସୁଡ଼ଙ୍ଗ ଗୁଡ଼ିକରେ ତନତନ କରି ଖୋଜା ଚାଲିଛି । ହିଜବୁଲ୍ଲାର ସମସ୍ତ ଠିକଣାକୁ ଟାର୍ଗେଟ୍ କରିଯାଉଛି । ଗୁଇନ୍ଦା ରାଡାରରେ ଇଲ୍ରାଏଲ ଓ ଲେବାନନକୁ ଅଲଗା କରୁଥିବା ବ୍ଲୁ ଲାଇନ ନିକଟରେ ହିଜବୁଲ୍ଲାର ସୁଡ଼ଙ୍ଗ ଥିବା ଜଣାପଡ଼ିଛି । ଲେବାନନ ସୀମାକୁ ଲାଗି କରିଥିଲା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ମଧ୍ୟ କରି ଇସ୍ରାଏଲ ଡିଫେନ୍ସ ଫୋର୍ସ । 

ସେପଟେ ହିଜ୍‌ବୁଲ୍ଲା ଇସ୍ରାଏଲକୁ ଜବାବ ଦେବାକୁ ବଳ ଜୁଟାଇଛି । ମୁଖ୍ୟ ନସ୍‌ରଲ୍ଲାହର ମୃତ୍ୟୁ ପରେ   ପ୍ରଥମ ଥର ପାଇଁ ଏହାର ଉପମୁଖ୍ୟ ନଇମ୍‌   କାସିମ୍‌ ଲେବାନନ୍‌ର ଜନତାଙ୍କୁ ସମ୍ବୋଧନ କରିଛି । ଇସ୍ରାଏଲ୍‌ ଏବେ ନରସଂହାର ଚଳାଇଥିବା ସେ ଅଭିଯୋଗ କରିଛି । କାସିମ୍‌ ଆହୁରି କହିଛି ଯେ, ଯଦି  ଲେବାନନ୍‌ରେ ଇସ୍ରାଏଲ୍‌ ସେନା ଅନୁପ୍ରବେଶ କରେ, ତେବେ ଆମ ଯୋଦ୍ଧାମାନେ ଲଢ଼ିବାକୁ ପ୍ରସ୍ତୁତ ।  ନସ୍‌ରଲ୍ଲାହଙ୍କ ମୃତ୍ୟୁ ପରେ ବି ଆମ ଯୋଜନାରେ  କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲେବାନନ୍‌ର  କାମଚଳା ପ୍ରଧାନମନ୍ତ୍ରୀ ନାଜିବ ମିକାତି ଦକ୍ଷିଣରେ  ସେନା ମୁତୟନ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ୨୦୦୬ର  ୟୁଏନ୍‌ଏସ୍‌ସି ସଂକଳ୍ପ ୧୭୦୧କୁ ସମ୍ପୂର୍ଣ୍ଣ ଲାଗୁ ପାଇଁ  ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.