ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଗ୍ରୋସରୀ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

18/08/2021 at 8:52 PM

ଜଳେଶ୍ୱର, ୧୮/୦୮: ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଏକ ଗ୍ରୋସରୀ ଦୋକାନ ଜଳିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଅନତି ଦୂରରେ ପାଇକସିଦା ପଞ୍ଚାୟତର ରଜନୀ କାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଗ୍ରୋସରୀ ଦୋକାନ କରି ନିଜର ପରିବାର ଚଳେଇ ଆସୁଥଲେ । ହେଲେ ଆଜି ଅପରାହ୍ନ ୫ଟା ସମୟରେ ଦୋକାନ ବନ୍ଦ ଥିଲା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକମାନେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ୨ଟି ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ତେବେ କେହିଜଣେ ପୂର୍ବ ଶତ୍ରୁତାକୁ ଆଧାର କରି ନିଆଁ ଲଗେଇ ଦେଇଥିବା କଥା ଦୋକାନୀ ଜଣକ କହିଛନ୍ତି ।

   Related Posts