scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ୧.୬୦ ଲକ୍ଷ କୋଟି ଟପିଲା ଜିଏସଟି କଲେକ୍ସନ, ସେପ୍ଟେମ୍ବରରେ GST ସଂଗ୍ରହରେ ୧୦ ପ୍ରତିଶତ ବୃଦ୍ଧି

1/10/2023 at 7:43 PM

ନୂଆଦିଲ୍ଲୀ: ପୁଣି ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ। ଦେଶର ଜିଏସଟି ରାଜସ୍ବରେ ବାର୍ଷିକ ଆଧାରରେ ବୃଦ୍ଧି ହୋଇଛି। ସେପ୍ଟେମ୍ବରରେ ଭାରତର ଜିଏସଟି ସଂଗ୍ରହ ୧.୬୨ ଲକ୍ଷ କୋଟି ଟଙ୍କା ରହିଛି । ଯାହା ଗୋଟିଏ ବର୍ଷ ତୁଳନାରେ ୧୦ ପ୍ରତିଶତରୁ ଅଧିକ।

ବଡ଼ କଥା ହେଉଛି ଚଳିତ ଆର୍ଥିକ ବର୍ଷରେ ଏହା ଚତୁର୍ଥ ମାସ, ଯେତେବେଳେ ଟ୍ୟାକ୍ସ ସଂଗ୍ରହ ୧.୬୦ ଲକ୍ଷ କୋଟିରୁ ଅଧିକ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୨ର ସେପ୍ଟେମ୍ବରରେ ୧.୪୭ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା।

ଏଭଳି ରହିଛି ଟ୍ୟାକ୍ସ ସଂଗ୍ରହ:

ସେପ୍ଟେମ୍ବର ମାସରେ ଜିଏସଟି ସଂଗ୍ରହ ୧,୬୨,୭୧୨ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସଟି ୨୯,୮୧୮ କୋଟି ଟଙ୍କା, ରାଜ୍ୟ ଜିଏସଟି ୩୭,୬୫୭ କୋଟି, iGST ୮୩,୬୨୩ କୋଟି ଟଙ୍କା ଏବଂ ସେସ୍‌ ୧୧,୬୧୩ କୋଟି ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟରେ ୧୧ ପ୍ରତିଶତ ବଢ଼ିଲା GST ସଂଗ୍ରହ, ରାଜସ୍ୱ ସଚିବଙ୍କ ସୂଚନା

   Related Posts