ନାଲି ପାଣି କଲା ବାଇଆ : କନ୍ୟାକୁ ଛାଡି ଶାଶୁ ବେକରେ ବରଣମାଳା ପକାଇଲା ବର, ଭିଡିଓ ଭାଇରାଲ…

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୦୬/ ୦୬ : ବିବାହ ଏକ ପବିତ୍ର ବନ୍ଧନ । ସାତ ଜନ୍ମକୁ ସାଖି ରଖି ବର ଏବଂ କନ୍ୟା ଉଭୟଙ୍କ ବେକରେ ବରଣମାଳା ପିନ୍ଧାନ୍ତି । ଗୁରୁଜନମାନଙ୍କ ଆର୍ଶିବାଦ ନେଇ ନୂଆ ଜୀବନ ଆରମ୍ଭ କରନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ ।
ବାଜା ଏବଂ ବାଣରେ ଦୁଲୁକୁଥିଲା ସାରା ଅଞ୍ଚଳ । ଘୋଡାରେ ବସି ଆସିଥିଲା ବର ଏବଂ ଆଗରେ ଚାଲିଥିଲା ବରଯାତ୍ରୀ । ଡିଜେର ତାଳେ ତାଳେକୁ ଜମିଥିଲା ନାଚ ଗୀତ । କିନ୍ତୁ ଝିଅ ଘର ନିକଟରେ ବର ପହଞ୍ଚିବା ପରେ ଯାହା ଘଟିଲା ତାହାକୁ ଦେଖିଲେ ସମେସ୍ତ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଟାଙ୍କେ ମଦ ପିଇ ହୋସରେ ନଥିଲେ ବର । ବାହା ହେବା ଖୁସିରେ ବରଜଣକ ସାଙ୍ଗମାନଙ୍କ ସହ ମିଶି ନାଲିପାଣି ପ୍ରବଳ ମାତ୍ରାରେ ସେବନ କରିଥିଲେ ।

wp:html
/wp:html


ତେବେ ବିବାହରେ କୌଣସି ବ୍ୟାଘାତ ସୃଷ୍ଟି ହେବ ଭାବି ଚୁପ ରହିଥିଲେ କନ୍ୟା ଘର ଲୋକେ । ପରମ୍ପରା ଅନୁଯାୟୀ ବେଦିରେ ବାହାଘର କାର୍ଯ୍ୟ ଚାଲିଥିଲା । ରୀତିନୀତି ଅନୁଯାୟୀ ବର ଏବଂ କନ୍ୟା ଉଭୟ ଉଭୟଙ୍କ ବେକରେ ବରଣମାଳା ପିନ୍ଧାଇବା କଥା । କିନ୍ତୁ ନିଶାରେ ଟଳମଳ ହେଉଥିଲେ ବର । କନ୍ୟା ବେକରେ ବରଣମାଳା ପିନ୍ଧାଇବେ କଣ ନିଶା ଏତେ ଯେ, କନ୍ୟାର ମା ଅର୍ଥାତ ଶାଶୁଙ୍କ ବେକରେ ବରଣମାଳା ପିନ୍ଧାଇ ଦେଉଥିଲେ ରିକିଆ ବର । ଠିକ ସମୟରେ ଶାଶୂ ବରର ହାତକୁ ଠେଲିଦେଇଥିଲେ ।
ପୁନଶ୍ଚ କନ୍ୟା ବେକରେ ବରଣମାଳା ପିନ୍ଧାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଶା ମୁଣ୍ଡକୁ ଏତେ ମାତ୍ରାରେ ଚଢିଯାଇଥିଲା ବେଦି ଉପରେ ହିଁ ଟଳିପଡିଥିଲେ ବର । ଏଭଳି ଘଟଣା ଦେଖି ସେଠାରେ ଉପସ୍ଥିତ ଅତିଥିମାନେ ହସ ସହ୍ୟ କରିପାରିଲେ ନାହିଁ । ଏହି ପୁରା ଘଟଣା କିନ୍ତୁ ମୋବାଇଲ କ୍ୟାମେରାରେ କଏଦ ହୋଇଯାଇଥିଲା । ପରେ ଏହାକୁ କେହି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲା । ଏବେ ଏହି ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.