କ୍ୟାମେରାମ୍ୟାନ୍ଙ୍କ ନଖରାମି ଦେଖି ପଞ୍ଚମ ହୋଇଗଲା ବରଙ୍କ ରାଗ, ଏମିତି କଲେ ଯେ କନିଆଁ ହସି ହସି ହୋଇଗଲେ ବେଦମ୍
27/06/2022 at 5:45 PM

ଆଜିକାଲି ସୋସିଆଲ୍ ମିଡିଆର ବିବାହ ସହ ଜଡିତ ଅନେକ ଭିଡିଓ ଅପଲୋଡ୍ ହେଉଛି । ଏସବୁ ଭିଡିଓକୁ ଅନେକ ଥର ଦେଖୁଛନ୍ତି ୟୁଜର୍ସ । ଏଥିରୁ ଏମିତି କିଛି ଭିଡିଓ ଅଛି ଯାହା ଏତେ ମଜାଳିଆ ଯେ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ବର-କନ୍ୟାଙ୍କ ଏହି ଭିଡିଓ ଭାଇରାଲ୍ ବି ହୋଇଛି ।
କନ୍ୟା ଜଣଙ୍କ ଷ୍ଟେଜ୍ ଉପରେ ଠିଆ ହୋଇଛନ୍ତି ଏବଂ କ୍ୟାମେରାମ୍ୟାନ୍ ବିଭିନ୍ନ ପୋଜ୍ରେ ତାଙ୍କ ଫଟୋ ଉଠାଉଛନ୍ତି । ନିକଟରେ ବର ମଧ୍ୟ ଛିଡା ହୋଇଛନ୍ତି । କିନ୍ତୁ କ୍ୟାମେରାମ୍ୟାନ ଜଣଙ୍କ କେବଳ କନ୍ୟାଙ୍କର ଫଟୋ ଉଠାଉଛନ୍ତି । ସେ ଫଟୋ ଉଠାଇବା ପାଇଁ ପୋଜ୍ ଆଳରେ ବାରମ୍ବାର କନ୍ୟାଙ୍କୁ ସ୍ପର୍ଶ କରୁଛନ୍ତି । ଏହା ଦେଖି ବର ରାଗିଯାଉଛନ୍ତି । କିନ୍ତୁ କ୍ୟାମେରାମ୍ୟାନଙ୍କ ନଖରାମି କମୁନି । ଏସବୁ ଦେଖି ତାଙ୍କ ରାଗ ପଞ୍ଚମକୁ ଉଠିଯାଉଛି । ସେ କ୍ୟାମେରାମ୍ୟାନଙ୍କ ପାଖକୁ ଯାଇ ତାଙ୍କୁ ଜୋରଦାର ଚାପୁଡା ମାରୁଛନ୍ତି ।
କିନ୍ତୁ ଏତିକିରେ କଥା ସରିନଥିଲା । ବରଙ୍କ ଚାପୁଡା ମାରିବା ଦେଖି କନ୍ୟା ନିଜକୁ ରୋକି ପାରୁନାହାନ୍ତି । ହସି ହସି ଦେବମ୍ ହୋଇଯାଉଛନ୍ତି । ତଳେ ଗଡି ଗଡି ବି ସେ ହସୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାକୁ ଦେଖିବା ପରେ ଲାଗୁଛି ଯେମିତି ଏହା ଏକ ପ୍ରାଙ୍କ୍ । ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିବା ଏହି ଭିଡିଓଟିକୁ ୟୁଜର୍ସ ଖୁବ୍ ପସନ୍ଦ କରିଛନ୍ତି ।