scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଣକ ସହ ସଂପର୍କ ଏବଂ ଆଉ ଜଣକୁ ବିବାହ ପଡିଲା ମହଙ୍ଗା, ପୋଲିସକୁ ଦେଖି ବିବାହ ପାଇଁ ବାହାରିଥିବା ବର ଫେରାର

13/03/2019 at 11:41 AM

ସୋର ୧୩|୩ : ପୋଲିସକୁ ଦେଖି ବିବାହ ପାଇଁ ବାହାରିଥିବା ବର ଫେରାର । ଘଟଣା ଘଟିଛି ସୋର ତାଳନଗର ଅଞ୍ଚଳରେ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଉଚ୍ଚଶିକ୍ଷିତ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ଏବଂ ତାଙ୍କୁ ଧୋକା ଦେଇ ଅନ୍ୟଜଣଙ୍କୁ ବିବାହ କରିବାକୁ ଯାଉଥିଲା ଇଂଜିନିୟର ବର । ତେବେ ପ୍ରତାରିତ ଯୁବତୀ ଜଣଙ୍କ ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିବାହସ୍ଥଳକୁ ଯାଇଥିଲା । ହେଲେ ପୋଲସ ପହଞ୍ଚିଥିବା ଜାଣି ବିବାହ କରିବାକୁ ଶୋଭାଯାତ୍ରା ଧରି ବାହାରୁଥିବା ବର ସେଠାରୁ ଚମ୍ପଟ ମାରିଛି ।  ପ୍ରତାରିତ ଯୁବତୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘଦିନ ଧରି ସଂପୃକ୍ତ ଯୁବକଙ୍କ ସହ ତାଙ୍କର ସଂପର୍କ ରହିଛି । ହେଲେ ଇଂଜିନିୟର ଯୁବକ ଜଣଙ୍କ ତାଙ୍କୁ ଠକି ଅନ୍ୟ ଆଡେ ବିବାହ କରିବାକୁ ବାହାରିଥିଲା ।

   Related Posts