ବ୍ୟାଣ୍ଡ୍ ବାଜା-ରୋସଣୀ ସହ ବରଯାତ୍ରୀଙ୍କୁ ଧରି ବାହାରିଲେ ବର, ନାଚି ଚାଲିଲେ ବନ୍ଧୁବାନ୍ଧବ, ହେଲେ ମିଳିଲାନି କନ୍ୟା ଘର, ପୁଣି ….

Published By : Prameya-News7 Bureau | December 13, 2020 IST

ଆଜମଗଢ  ୧୩।୧୨: ଉତ୍ତର ପ୍ରଦେଶର ଆଜମଗଢରେ ଏକ ଆଚମ୍ବିତ  ହେବା ଭଳି ଘଟଣା  ଘଟିଛି। ଏଠାରେ ବର ଏବଂ ବରଯାତ୍ରୀଙ୍କୁ ଏମିତି ଅଜବ ସ୍ଥିତିର ସାମ୍ନା କରିବାକୁ ପଡିଲା ଯାହା ଆପଣ କଳ୍ପନା ବି କରି ପାରିବେ ନାହିଁ। ଜିଲ୍ଲାର ଏକ ଗାଁରେ ବାଜାରୋସଣୀ ସହ ବରଯାତ୍ରୀ ବାହାରିଥିଲା। ଫୁଲ ମାଳ ଏବଂ ସେରଓ୍ଵାନୀରେ ସଜେଇ ହୋଇଥିବା ବର ଏବଂ ବରଯାତ୍ରୀ ବ୍ୟାଣ୍ଡ୍ ବାଜା ଧୁନ୍‌ରେ ନାଚି ନାଚି ଯେବେ କନ୍ୟା ଘରେ ପହଞ୍ଚିଲେ ସଭିଏ ଆଚମ୍ବିତ ହୋଇ ପଡିଥିଲେ। ବରଯାତ୍ରୀଙ୍କୁ ନା ମଣ୍ଡପ ଦେଖିବାକୁ ମିଳିଲା ନା କନ୍ୟାଘର ପକ୍ଷର ଲୋକେ। ବରଯାତ୍ରୀ ରାତିସାରା କନ୍ୟାର ଘର ଏବଂ ତାଙ୍କ ପରିବାରକୁ ଖୋଜିବାକୁ ଲାଗିଲେ।  କନ୍ୟା ଏବଂ ତାଙ୍କ ପରିବାର ଲୋକଙ୍କ ବିଷୟରେ  ଯେବେ କୌଣସି ସୂଚନା ମିଳିଲା ନାହିଁ ବରଯାତ୍ରୀ ରବିବାର ସକାଳେ ଖାଲି ହାତରେ ଫେରିଗଲେ। ବିନା କନ୍ୟାରେ ଘରକୁ ଫେରିଥିବା ଗାଁ ଲୋକେ ପ୍ରସ୍ତାବ ସ୍ଥିର କରିଥିବା ମହିଳାଙ୍କୁ ବନ୍ଧକ ରଖି ନିର୍ଧୁମ ମାଡ ମାରିଛନ୍ତି।

ଏହି ଘଟଣା ଆଜମଗଡ ଜିଲ୍ଲାର କାଂଶୀରାମ କଲୋନୀର। ଏଠାରେ ରହୁଥିବା ଜଣେ ଯୁବକଙ୍କ ବିବାହ ମଉ ଜିଲ୍ଲାର ମହମ୍ମଦାବାଦ କୋତବାଲି କ୍ଷେତ୍ରର ରାଜିପୁରରେ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଆଉ ଏହି ବିବାହର ପ୍ରସ୍ତାବ ଆଣିଥିଲେ ଛତଓ୍ଵାରା ନିବାସି ଜଣେ ମହିଳା। ନରୌଲି ସ୍ଥିତ ଏକ ଦୋକାନରେ ଉଭୟ ଯୁବତୀ ଓ ଯୁବକଙ୍କ ଦେଖା ହୋଇଥିଲା। ଏହା ପରେ ଦୁଇ ପକ୍ଷ ଆଲୋଚନା କରି ବିବାହ ସ୍ଥିର କରିଥିଲେ। ବିବାହର ମୁହୂର୍ତ୍ତ ଡିସେମ୍ବର ୧୦ ସ୍ଥିର ହୋଇଥିଲା। ଅଭିଯୋଗ  ହୋଇଛି ଯେ, କନ୍ୟାଘର ପକ୍ଷ ବାଜା, ଲାଇଟ୍ ଆଦିର ବ୍ୟବସ୍ଥା ପାଇଁ ଯୁବକଙ୍କ ଘର ଲୋକଙ୍କଠୁ ୨୦ ହଜାର ଟଙ୍କା ମଧ୍ୟ ନେଇଥିଲେ। ନିର୍ଦ୍ଧାରିତ ତାରିଖ ଅନୁସାରେ ଯେବେ କାଂଶୀରାମରୁ ବରଯାତ୍ରୀ ରାଣୀପୁର ପହଞ୍ଚିଲେ ସେଠାରେ ନା ମଣ୍ଡପ ଥିଲା ନା କନ୍ୟା ଘର ଲୋକ ଥିଲେ।

ଯୁବତୀ ଏବଂ ତାଙ୍କ ଘରର ଲୋକଙ୍କ ମଧ୍ୟ କୌଣସି ଠିକଣା ନଥିଲା। ରାତିସାରା ବରଯାତ୍ରୀ କନ୍ୟା ଘର ଲୋକଙ୍କୁ ଖୋଜିବାକୁ ଲାଗିଥିଲେ। ଶେଷରେ ରବିବାର ସକାଳେ ବରଯାତ୍ରୀ ଖାଲି ହାତରେ ଫେରିଥିଲେ। ଏହା ପରେ ଯୁବକ ଏହି ବାହାଘର ସ୍ଥିର କରାଇଥିବା ମହିଳାଙ୍କୁ ଘରକୁ ଡକାଇ ବନ୍ଧକ କରିଥିଲେ। ଏଥିସହ ମହିଳାଙ୍କୁ ନିର୍ଧୁମ ଛେଚି ଥିଲେ। ଏହି ଖବର ଶୁଣି କୋତବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମହିଳାଙ୍କୁ କୋତବାଲି ନେଇ ଯାଇଥିଲା। ପୋଲିସ ସହିତ ଯୁବକଙ୍କ ମାନ ଓ ଅନ୍ୟ ଘର ଲୋକ ମଧ୍ୟ କୋତବାଲି ପହଞ୍ଚିଛନ୍ତି। ପୋଲିସ ମାମଲାର ତଦନ୍ତରେ ଜୁଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.