ହେଲିକେପ୍ଟରରେ କନ୍ୟାକୁ ବିଦା କରି ଆଣିଲା ବର: ଦେଖିବାକୁ ଜମିଥିଲା ଲୋକଙ୍କ ଭିଡ

Published By : Prameya-News7 Bureau | November 29, 2020 IST

ବୁଲନ୍ଦସହର ୨୯/୧୧ : ହାତୀ, ଘୋଡା, କାରରେ କନ୍ୟା ବିଦା ହେବା ଏକ ସାଧାରଣ କଥା। ସାଧାରଣତଃ କାରରେ କନ୍ୟା ବିଦା ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କିଛି ଅଲଗା କରିବାକୁ ବରବଧୂ ନାନା ଉପାୟ ବାଛିଥାନ୍ତି। ବିହାଘର ସମୟରେ ଲୋକେ ବିଭିନ୍ନ ପ୍ରକାର ନୂଆ ନୂଆ ତରିକା ଆପଣେଇଥାନ୍ତି ଯେଉଁଥିପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ଉତ୍ତର ପ୍ରଦେଶରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ହୋଇଥିବା ଏକ ବାହାଘରକୁ ନେଇ ଖୁବ ଚର୍ଚ୍ଚା ହେଉଛି। ବୁଲନ୍ଦସହରର ଡିବାଇ ତହସିଲ ଅନ୍ତର୍ଗତ ଜିରୌଲି ଗାଁରେ ବର ନିଜ କନ୍ୟାକୁ ହେଲିକେପ୍ଟରରେ ବିଦା କରି ଆଣିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଖୁବ ଭିଡ ଜମିଥିଲା। ଲୋକେ ସକାଳୁ ହେଲିପ୍ୟାଡ଼ ଆଖପାଖରେ ଭିଡ ଜମାଇଥିଲେ |

ବୁଲନ୍ଦସହର ଖେରପୁର ବାସିନ୍ଦା ସନ୍ତୋଷଙ୍କ ବାହାଘର ଗାଜିଆବାଦର ରଜନୀଙ୍କ ସହିତ ହୋଇଛି। ସନ୍ତୋଷ କାରରେ ବରଯାତ୍ରୀ ନେଇ ଗାଜିଆବାଦ ଯାଇଥିଲେ। ବରଯାତ୍ରୀ କାରରେ ଯାଇଥିଲେ କିନ୍ତୁ ନିଜ କନ୍ୟାକୁ ହେଲିକେପ୍ଟରରେ ନେଇ ଆସିଥିଲେ।

ହେଲିକେପ୍ଟରରେ କନ୍ୟା ବିଦା ହେବାର ଅନ୍ୟ ଏକ କାହାଣୀ ରହିଛି। ରଜନୀ ବିବାହ ପୂର୍ବରୁ ସନ୍ତୋଷଙ୍କୁ ନିଜ ଇଚ୍ଛା କହିଥିଲେ। ସେ ନିଜ ଭାବି ସ୍ୱାମୀଙ୍କୁ ବାହାଘର ପୂର୍ବରୁ ହିଁ କହିଥିଲେ ଯେ ହେଲିକେପ୍ଟରରେ ବିଦା ହେବାକୁ ତାଙ୍କର ଇଚ୍ଛା ଅଛି। ନିଜ ଭାବି ସ୍ତ୍ରୀ କଥା ଶୁଣି ସନ୍ତୋଷ ମଧ୍ୟ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ହେଲିକେପ୍ଟରରେ ନିଜ ନବବିବାହିତ କନ୍ୟାଙ୍କୁ ବିଦା କରି ନିଜ ଘରକୁ ଆଣିବେ। ସନ୍ତୋଷ ନିଜ ପ୍ରତିଶୃତି ରକ୍ଷା କରି ସ୍ତ୍ରୀର ଇଚ୍ଛା ପୂରଣ କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.