ଖସିଲା ପଞ୍ଚାୟତ କାର୍ଯ୍ୟାଳୟ ପାଚେରୀର ଲୁହା ଗ୍ରିଲ, ୩ ବାଳକ ଗୁରୁତର

Published By : Prameya-News7 Bureau | January 17, 2023 IST

ମୁନିଗୁଡା ୧୭/୦୧: ପାଚେରୀର ଲୁହା ଗ୍ରିଲ ଖସି ପଡିବାରୁ ୩ ବାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଭଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମୁଖରେ ।

ଆଜି ସନ୍ଧ୍ୟାରେ ଝିଗିଡି ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ପଡିଏସ୍ ଚାଉଳ ପ୍ରଦାନ କରାଯାଉଥିଲା । ସେହି ସମୟରେ ଝିଗିଡ ଗ୍ରାମାର କିଛି ପିଲା ପାଞ୍ଚାୟତ କାର୍ଯ୍ୟାଳୟ ରେ ଲାଗିଥିବା ଲୁହା ଗ୍ରିଲ୍ କବାଟ କୁ ଧରି ଖେଳୁଥିବା ବେଳେ ଉକ୍ତ ଲୁହା ଗ୍ରିଲ୍ ଟି ଖସି ପଡି ସେହି ପିଲାମାନଙ୍କ ଉପରେ ପଡିଯାଇଥିଲା ।

ଏଭଳି ଘଟଣା ଘଟିବା ପରେ କାର୍ଯ୍ୟାଳୟ ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ପିଲାମାନଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଗ୍ରିଲ ପଡ଼ିବା ପରେ ଗୁରୁତର ହୋଇଥିବା ଆହତ ମାନେ ହେଲେ ବାପୁନୁ ପିଡିକାକା,ଗଣପତି ପିଡିକାକା ଏବଂ ଖଗେଶ୍ୱର ପିଡିକାକା ବୋଲି ଜଣାପଡିଛି । ବାପୁନୁ ଓ ଗଣପତି ଗୁରୁତର ହୋଇଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.