ବଡଚଣା ବ୍ଲକ୍ ପରିସରରେ ମିଳିତ ଅଭିଯୋଗ ଶୁଣାଣି

Published By : Prameya-News7 Bureau | March 13, 2023 IST

ଚଣ୍ଡିଖୋଲ ୧୩।୩: ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ବଡ଼ଚଣା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଯାଜପୁର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ । ବଡ଼ଚଣା ବ୍ଲକର ୪୩ଟି ପଞ୍ଚାୟତରୁ ବିଭିନ୍ନ ଅଭିଯୋଗ ନେଇ ଲୋକେ ଜନଶୁଣାଣିରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ସହ ଏହାର ତ୍ୱରିତ ସମାଧାନ କରିଥିଲେ ଜିଲ୍ଲାପାଳ ଓ ଏସପି । ଅନ୍ୟ କିଛି ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏହି ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.