ଶ୍ରୀନଗର ୨୬।୧୧: ଶ୍ରୀନଗର ବିଶ୍ବବିଦ୍ୟାଳୟ ଗେଟ ସମ୍ମୁଖରେ ଗ୍ରେନେଡ ଆକ୍ରମଣ । ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ
{"id":190116,"sizeSlug":"large"}ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ବାବିଦ୍ୟାଳୟ ଗେଟ ନିକଟରେ ଆଜି ଦିନ ଦ୍ବିପହରେ ଗ୍ରେନେଡ ଆକ୍ରମଣ ହୋଇଛି । ଆକ୍ରମଣରେ ଦୁଇ ଜଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ପୁଲଓ୍ବାମା ଅଞ୍ଛଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହିଜବୁଲ ମୁଜାହିଦନର ଆତଙ୍କାବାଦୀ ନିହତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରେନେଡ ଆକ୍ରମଣ ଘଟଣାରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।