oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋକାକୋଲା ଓ ପେପସି କୋଙ୍କୁ ଏନଜିଟିଙ୍କ ଜରିମନା ନିର୍ଦ୍ଦେଶ, ପୈଠ କରିବେ ୨୫କୋଟି ଟଙ୍କା

7/03/2022 at 9:59 PM

ନୂଆଦିଲ୍ଲୀ ୭।୩: ଭୂତଳ ଜଳର ଅବୈଧ ଦୋହନ ଲାଗି ଗାଜିଆବାଦ ଗ୍ରିନ ଟ୍ରିବ୍ୟୁନାଲ କୋକେକୋଲା ଓ ପେପସିକୋ କୋଙ୍କୁ ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଉଭୟ ଶୀତଳ ପେୟ କମ୍ପାନୀଙ୍କୁ ୨୫ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।  ଜଷ୍ଟିସ୍ ଆଦର୍ଶ କୁମାର ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଗାଜିଆବାଦର ମୁନ ବେଭରେଜ (କୋକାକୋଲା) ଓ ବରୁଣ ବେଭରେଜ (ପେପସିକୋ)ଙ୍କୁ ଏହି ଜରିମନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ବେଭରେଜସ୍ ସେମାନଙ୍କର ଏନଓସି ସମାପ୍ତ ହେବା ପରେ ମଧ୍ୟ ବେଆଇନ ଭାବେ ଭୂତଳ ଜଳ ଉଠାଉଥିଲେ। ଏଣୁ ଏନଜିଟି ଏହି ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସେମାନଙ୍କ କାମ ଯୋଗୁ ପରିବେଶର ହୋଇଥିବା କ୍ଷତି ଲାଗି ମଧ୍ୟ କ୍ଷତିପୂରଣ ଦେଇ ନାହାନ୍ତି। ଏହା ଛଡା ଅଧିକ ଭୂତଳ ଜଳ ଲାଗି ଭିନ୍ନଭିନ୍ନ ପଦକ୍ଷେପ ନେଇଥିବାର ମଧ୍ୟ ଜଣାପଡିଛି। ଏଥିଲାଗି ଏନଜିଟି ଉତ୍ତରପ୍ରଦେଶ ଭୂତଳ ଜଳ ବିଭାଗର କାର୍ଯ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ଏନଜିଟି ମୁନ ବେଭରେଜେସ୍ ଗ୍ରେଟର ନୋଏଡା କମ୍ପାନୀକୁ ୧ କୋଟି ୮୫ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଥିବା ବେଳେ କମ୍ପାନୀର ଶାହିବାବାଟ ଫାକ୍ଟ୍ରିକୁ ୧୩.୨୪ କୋଟି ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବରୁଣ ବେଭରେଜସଙ୍କ ସାହିବାବାଦ କମ୍ପାନୀକୁ ୯କୋଟି ୭୧ ଲକ୍ଷ ଚଙ୍କା ଜରିମନା କରିଛନ୍ତି। ଏହପରି ଉଭୟକମ୍ପାନୀଙ୍କୁ ମୋଟ ୨୫ କୋଟି ଟଙ୍କା ଜରିମନା ନିର୍ଦ୍ଦେଶ ଦିଆଯାଇଛି।  

   Related Posts