Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗ୍ରୀନ୍ ଟି’ ପିଉଛନ୍ତି କି ? ହୋଇଯାନ୍ତୁ ସାବଧାନ ! ଶରୀର ପାଇଁ ହୋଇପାରେ କ୍ଷତିକାରକ

5/06/2023 at 12:46 PM

ନୂଆଦିଲ୍ଲୀ ୦୫।୦୬:ଆପଣ ପ୍ରାୟତଃ ଶୁଣିଥିବେ ଗ୍ରୀନ୍ ଟି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଲାଭ । ଏମିତିକି କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଗ୍ରୀନ୍ ଟି ପିଇବାକୁ ଦେଇଥାନ୍ତି ପରାମର୍ଶ । କିନ୍ତୁ ଗ୍ରୀନ୍ ଟି’ ପିଇବା ସମୟରେ ଯଦି କିଛି ସତର୍କତା ଅବଲମ୍ବନ ନକରନ୍ତି, ତେବେ ଗ୍ରୀନ୍ ଟି’ ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ  ।

ଖାଲି ପେଟରେ ଗ୍ରୀନ୍ ଟି ପିଇବା ବହୁତ କ୍ଷତିକାରକ । ଏହା ପେଟରେ ଗ୍ୟାସ୍, ଅମ୍ଳତା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଇବାର ଦୁଇ ଘଣ୍ଟା ପରେ ଆପଣ ଗ୍ରୀନ୍ ଟି ପିଇବା ଉଚିତ୍ ।

ଅତ୍ୟଧିକ ଗ୍ରୀନ୍ ଟି ପିଇବା ସମସ୍ୟା ସୃଷ୍ଟି ହୋଇପାରେ । ଗ୍ରୀନ୍ ଟିରେ ଥିବା ଅଧିକ କଫିନ୍ ଯୋଗୁଁ ଅନିଦ୍ରା ଭଳି ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଓଜନ ହ୍ରାସ ପାଇଁ ଗ୍ରୀନ୍ ଟି ପିଅନ୍ତି । ଆପଣ ଏହାକୁ ଅଳ୍ପ ପରିମାଣରେ ପିଇବା ଦରକାର ।

ରାତିରେ ଗ୍ରୀନ୍ ଟି ପିଇବା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇପାରେ । ଏଥିରେ ଥିବା କଫିନ୍ ଆପଣଙ୍କ ଚାପକୁ ବଢାଇଥାଏ । ଯେଉଁଥିପାଇଁ ରାତିରେ ଗ୍ରୀନ୍ ଟି ପିଇଲେ ନିଦ ଉପରେ ପଡିଥାଏ ପ୍ରଭାବ ।

ଖାଇବା ପରେ ତୁରନ୍ତ ଗ୍ରୀନ୍ ଟି ପିଅନ୍ତୁ ନାହିଁ । ଗ୍ରୀନ୍ ଟି’ରେ ଥିବା ଟେନିନ୍ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ହଜମ କରିବାରେ ସାହାଯ୍ୟ କରେ ନାହିଁ । ଖାଦ୍ୟ ଗ୍ରହଣ କରିବାର ଦୁଇ ଘଣ୍ଟା ବ୍ୟବଧାନ ପରେ ଗ୍ରୀନ୍ ଟି ପିଇବା ଭଲ । 

You Can Read:

   Related Posts