କେଶ ସମସ୍ୟାକୁ ନେଇ ଚିନ୍ତିତ କି ? ଗ୍ରୀନ୍ ଟି ଦେବ ଏଥିରୁ ମୁକ୍ତି...

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ ୦୭।୦୬: ବର୍ତ୍ତମାନ ସମୟରେ ସମସ୍ତଙ୍କ ଠାରେ କେଶ ବା ଚୁଟି ସମସ୍ୟା । ଖାସ୍‌ କରି ପ୍ରଦୂଷଣ କାରଣରୁ ଦେଖାଦେଉଛି ଏହି ସମସ୍ୟା ।କେଶ ଝଡିବା, ରୂପୀ ହେବା ଆଦି ଅନେକ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଜାଣନ୍ତି କି ଗ୍ରୀନ୍ ଟି କେଶ ପାଇଁ ବହୁତ ଉପକାରୀ ।  କେଶକୁ ଶକ୍ତ ଏବଂ ଚମକକୁ ବଢାଇବା ପାଇଁ ଗ୍ରୀନ୍ ଟି ବ୍ୟବହାର କରିପାରିବେ । 

ଅଧା ଲିଟର ପାଣିରେ ୩ ରୁ ୪ଟି ଗ୍ରୀନ୍ ଟି ବ୍ୟାଗ୍ ବୁ଼ଡାନ୍ତୁ । ଏହାକୁ ୧୦-୧୫ରୁ ମିନିଟ୍ ବୁଢ଼ାଇ ରଖନ୍ତୁ । କେଶକୁ ସାମ୍ପୋରେ ସଫା କରିବା ପରେ ଗ୍ରୀନ୍ ଟିର ପାଣିରେ କେଶକୁ ପୁନଶ୍ଚ ଧୁଅନ୍ତୁ । ଏପରି  ମାସକୁ ୨ ରୁ ୩ ଥର କରିବା ଦ୍ୱାରା କେଶରେ ଫରକ ନଜର ଆସିଥାଏ । 

ସେହିପରି ଗ୍ରୀନ୍ ଟି ପ୍ରସ୍ତୁତ କରିବା ପରେ କିଛି ଲେମ୍ବୁର ରସ ଏବଂ କିଛି ନଡିଆ ତେଲ ମିଶାନ୍ତୁ । ଏହାକୁ ମିଶାଇ କେଶରେ ପ୍ରାୟ ୪ ରୁ ୫ମିନିଟ୍ ପଯ୍ୟନ୍ତ ମାଲିସ କରି ଏହାକୁ ଅଧଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହାପରେ କେଶରେ ଭିନ୍ନତା ନଜର ଆସିବ । 

ଗ୍ରୀନ୍ ଟି ପାଉଡ଼ରରେ କିଛି ପାଣି ମିଶାଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ଏକ ଅଣ୍ଡାକୁ ଫଟାଇ ଭଲଭାବେ ଗ୍ରୀନ୍ ଟିର ମିଶ୍ରଣ ସହିତ ମିଶାଇ କେଶରେ ମାଲିସ କରନ୍ତୁ । ଏହାପରେ ପାଖାପାଖି ଏକ ଘଣ୍ଟା ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ । ଶୁଖିଯିବା ପରେ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଏପରି କରିବା ଦ୍ବାରା କେଶରେ ଥିବା ସମସ୍ୟା ଦୂର ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.