ଋଷ୍‌ ସଂସଦରେ ପୁଟିନ୍‌ଙ୍କୁ ମିଳିଲା ସବୁଜ ସଙ୍କେତ, ୟୁକ୍ରେନ୍‌ ଉପରେ କେତେବେଳେ ବି ହୋଇପାରେ ଆକ୍ରମଣ

Published By : Prameya-News7 Bureau | February 22, 2022 IST

ମସ୍କୋ, ୨୨/୦୨: ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ପୁଟିନ୍‌ ମଙ୍ଗଳବାର ଋଷ୍‌ ସଂସଦର ଉପର ସଦନରେ ଦେଶ ବାହାରେ ସୌନ୍ୟ ବଳ ପ୍ରୟୋଗ କରିବା ନେଇ ଅନୁମତି ମାଗିଥିଲେ । ଯାହାକୁ ଅନୁମତି ଦେଇଛି ସଦନ । ଏହା ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାର ଭବିଷ୍ୟବାଣୀ କହିଲେ ଚଳେ ।

ୟୁକ୍ରେନ୍‌ ଉପରେ ଏବେ ସଙ୍କଟର ବାଦଲ ଘେରିବାକୁ ଲାଗିଲାଣି । ସୌନ୍ୟ ବଳକୁ ଦାଶ ବାହାରେ ଉପଯୋଗ କରିବା ପାଇଁ ପୁଟିନ୍‌ ସଂସଦକୁ କରିଥିବା ଆବେଦନକୁ ଆଜି ମଞ୍ଜୁରି ମିଳିଛି । ଏନେଇ ପୂର୍ବରୁ ସଂସଦର ଉପର ସଦନକୁ ଲେଖାଯାଇଥିବା ଏକ ପତ୍ର ପୂର୍ବ ୟୁକ୍ରେନ୍‌ର ବିଦ୍ରୋହୀ କ୍ଷେତ୍ରରେ ଋଷ୍ ସୌନ୍ୟ ଠୁଳର ଔପଚାରିକ ପ୍ରଦାନ କରିବ । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ୍‌ର ଦୁଇ ରାଜ୍ୟକୁ ନିଜ ଅକ୍ତିଆରକୁ ନେଇସାରିଛି ଋଷ । ଡୋନେସ୍ ଏବଂ ଲୁଆନ୍ସକୁ କବ୍‌ଜାକୁ ନେବା ପରେ ଦୁଇ ରାଜ୍ୟକୁ ସ୍ବତନ୍ତ୍ରତା ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ । ସୋମବାର ଠାରୁ ହିଁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୁଟିନ୍‌ କହିଛନ୍ତି ।

ସାମରିକ ବଳ ବ୍ୟବହାର କରିବାକୁ ଅନୁମତି ପାଇବା ପରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିବା ପାଇଁ ଋଷ୍‌ର ରାସ୍ତା ସଫା ହୋଇଯାଇଛି। ଏହାପୂର୍ବରୁ ପଶ୍ଚିମ ଦେଶର ନେତାମାନେ କହିଥିଲେ ଯେ ଋଷର ସୌନ୍ୟମାନେ ୟୁକ୍ରେନର ପୂର୍ବ ଭାଗରେ ପହଞ୍ଚିଛନ୍ତି। ଏଥି ସହିତ ଋଷର ଏହି ପଦକ୍ଷେପକୁ ଆମେରିକା ଏକ ପ୍ରକାରର ଆକ୍ରମଣ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.