ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ, ରାଜ୍ୟରେ କାର୍ଯ୍ୟକାରୀ ହେବ ୨ ହଜାର ୫ କୋଟିର ୧୦ ପ୍ରକଳ୍ପ

Published By : Prameya-News7 Bureau | August 29, 2022 IST

ଭୁବନେଶ୍ୱର, ୨୯/୦୮: ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧୧ଟି ସଂସ୍ଥାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଛି ସିଙ୍ଗଲ ଓ୍ବିଣ୍ଡୋ ମଞ୍ଜୁରୀ । ଏଥି ମଧ୍ୟରେ ସବୁଠାରୁ ଆଗରେ ରହିଛି ରାଜ୍ୟର ଆଗଧାଡ଼ିର ମିଡିଆ ସଂସ୍ଥା ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ । ଭୁବନେଶ୍ବର ଗୋଠପାଟଣାରେ ୨ଶହ କୋଟି ଟଙ୍କା ବ୍ୟୟରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ ସୁମା ରିୟଲ ମିଡିଆ । ଯେଉଁଠାରୁ ବାର୍ଷିକ ୧.୬ ବିଲିୟନ ୟୁନିଟ୍ ଔଷଧ ପ୍ରସ୍ତୁତ ହେବ।

ତେବେ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ପ୍ରକଳ୍ପ ସମେତ ମୋଟ ୨୦୦୫କୋଟି ୮୯ ଲକ୍ଷ ଟଙ୍କାର ୧୧ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ବାରା ରାଜ୍ୟରେ ଅତିରିକ୍ତ ୩ହଜାର ୫୪୫ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍ ଯାଜପୁର ଦାନଗଦିଠାରେ ୨୦୫କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ୧ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ କାର୍ବନ ଇଲୋକ୍ଟ୍ରୋଡ୍ ପେଷ୍ଟ ମ୍ୟାନୁଫାକ୍ଚିରିଂ ପ୍ଲାଣ୍ଟ ନିର୍ମାଣ କରିବ। ସାଇ ବଲକ୍ ବ୍ୟାଗସ କମ୍ପାନୀ ପାରାଦୀପ ଠାରେ ୧୩୫କୋଟି ୯୫ଲକ୍ଷ ଟଙ୍କା ବ୍ୟୟରେ କେମିକାଲ ସଲଫରିକ ଏସିଡ୍ ଓ ଫାଇନ୍ ଫ୍ୟାବ୍ରିକ କାରଖାନା ନିର୍ମାଣ କରିବ।

ସେହିପରି ୟୁନାଇଟେଡ୍ ଫେରୋକାଷ୍ଟ କମ୍ପାନୀ ଯାଜପୁର ବଡ଼ଚଣାରେ ଫେରୋ ଆଲୋୟଜ୍ ପ୍ଲାଣ୍ଟ ନିର୍ମାଣ କରିବ। କେନ୍ଦୁଝର ଝାମ୍ପୁରାଠାରେ ପେଲେଟ୍ ପ୍ଲାଣ୍ଟ ଓ ଲୁହାପଥର ବେନିଫିକେସନ ପ୍ଲାଣ୍ଟ ନିର୍ମାଣ କରିବ ବେଲେଣ୍ଟୋ ଏଣ୍ଟରପ୍ରାଇଜେସ। ଖୋର୍ଦ୍ଧାର ଡେରାସ ଠାରେ ସି-ଫୁଡ୍ ପାର୍କରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍ ସ୍ଥାପନ ପାଇଁ ଡିଏନ୍ ସି ସେଲ କମ୍ପାନୀକୁ ମିଳିଛି ସିଙ୍ଗଲଓ୍ବିଣ୍ଡୋ ମଞ୍ଜୁରୀ। ମେ’ ଫେୟାର ହୋଟେଲସ୍ ଆଣ୍ଡ ରିସୋର୍ଟକୁ ଗଞ୍ଜାମ ଗୋପାଳପୁରରେ ନିଜର ୟୁନିଟ୍ ସମ୍ପ୍ରସାରଣ ପାଇଁ ମିଳିଛି ଅନୁମତି। ଯାଜପୁର ବାଘୁଆପାଳରେ ନରେଶ କୁମାର ଆଣ୍ଡ କୋ କମ୍ପାନୀ ଓ୍ବେରହାଉସ ତଥା ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ।ଝାରସୁଗୁଡ଼ାରେ ଆଲୁମିନିୟମ ପାଉଡର ଆଣ୍ଡ ପିଗମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ ରୁନୟା ଆଲୁମିନିୟମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.