ମୃତ୍ୟୁର ସୌଦାଗର; ୮୦ରୁ ଅଧିକ ମର୍ଡର କରିଥିବା ଦାବି, ୪୮ଟି ମାମଲାରେ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍‌ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି ଗ୍ରୀନ୍ ରିଭର ସିରିଏଲ କିଲର ଗୈରୀ । ବାଲ୍ୟ ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ରୁ ଅଧିକ ମର୍ଡର କରିଥିବା ଦାବି କରିଛନ୍ତି ଲୋକେ। ହେଲେ ୪୮ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଗ୍ରୀନ୍ ରିଭର ସିରିଏଲ କିଲରର ପେଶା ଥିବା ହତ୍ୟା କରିବା । ବାଲ୍ୟାସ୍ଥରେ ନିଜ ମାଆକୁ ହତ୍ୟା କରି ରେଡ୍ ପ୍ଲାନ୍ ରଚିଥିଲା ଯୁବକ । ଏହା ପରେ ସ୍କୁଲରେ ପ୍ରଥମ ଥର ପାଇଁ ଜଣେ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଦେହଜୀବୀଙ୍କୁ ଟାର୍ଗେଟ୍ କରିଥିଲା ଗ୍ରୀନ୍ ରିଭିର ସିରିଏଲ କିଲର । ୧୯୮୦ରୁ ୯୦ ମଧ୍ୟରେ ୮୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଥିବା ଦାବି ହୋଇଛି ।

ପୋଲିସର ରିପୋର୍ଟ ଅନୁଯାୟୀ, ୧୯୪୯ ଫେବ୍ରୁଆରୀ ୧୮ ତାରିଖରେ ସାଲ୍ଟ  ଲେକ୍ ସିଟିରେ ଜନ୍ମ ହୋଇଥିଲା ସିରିଏଲ କିଲର ଗୈରୀ ରେଡଓ୍ବି । ପିଲା ବେଳେ କଠୋର ବ୍ୟବହାର ପାଇଁ ମାଆଙ୍କୁ ଘୃଣା କରିବା ସହିତ ହତ୍ୟା କରିବାକୁ ଯୋଜନା କରିଥିଲା । ୧୯୬୦ରେ ପ୍ରଥମ ଥର ପାଇଁ ହାଇସ୍କୁଲରେ ଜଣେ ଛାତ୍ରକୁ ଛୁରୀ ଭୁସି ଦେଇଥିଲା । ୧୯୮୦ରେ ଜଣେ ଦେହଜୀବୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ ଗୈରୀ । ଅଭିଯୁକ୍ତର ପ୍ରଥମ ଶିକାର ହୋଇଥିଲା ଜଣେ ନାବାଳିକା । ୧୬ ବର୍ଷୀୟା ଝିଅ କୀଡ୍ନାପ ହେବାର କିଛି ଦିନ ପରେ ନୀଳନଦୀରୁ ମୃତଦେହ ମିଳିଥିଲା ।

ଦୁଇବର୍ଷ ମଧ୍ୟରେ ୪୦ରୁ ଅଧିକ ମହିଳାଙ୍କୁ ଶିକାର କରିଥିଲା ଅଭିଯୁକ୍ତ । ମୃତ୍ୟୁ ପରେ ମୃତଦେହରୁ ନୀଳ ନଦୀରେ ଫିଙ୍ଗି ଦେଉଥିଲା । ୧୯୮୨ ପରେ ସିରିଏଲ କିଲର ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଏନେଇ ଏକ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ ହୋଇଥିଲା । ଗୈରୀକୁ ପୋଲିସ ଗିରଫ କରି ପଚରାଉଚରା କରିଥିଲା । ହେଲେ ପଲିଗ୍ରାଫ ଟେଷ୍ଟରେ ଧୋକା ଦେଇଥିଲା ଅଭିଯୁକ୍ତ । ଏହା ପରେ ପୁଣି ଜଣେ ଦେହବୀଜୀକୁ ହତ୍ୟା କରିବାରୁ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ପୁଣି ଥରେ ଅଭିଯୁକ୍ତକୁ ଗରିଫ କରି ତନତନ ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା ।

୨୦୦୩ରେ ବିନା ପା-ରୋଲରେ ୪୮ଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲେ କୋର୍ଟ । ହେଲେ ଲୋକଙ୍କ କହିବା କଥା ୪୮ ନୁହେଁ ୮୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଛି ଜହ୍ଲାଦ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.