Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୃକ୍ଷ ସେବାରେ ଜୀବନ, ଲଗାଇଲେଣି ୧୫ ହଜାର ଗଛ

6/06/2023 at 10:29 AM

ବାଲିପାଟଣା ୦୬/୦୬; ବୃକ୍ଷ ପାଇଁ ଜୀବନ ଉତ୍ସର୍ଗିକୃତ । ନା ବିବାହ କଲେ ନା ଚାକିରି କଲେ । ପିଲା ବେଳରୁ ଆଜି ପର୍ଯ୍ୟନ୍ତ ରହିଆସିଛି ବୃକ୍ଷ ସାଥିରେ । ଅଂଚଳକୁ ସବୁଜମୟ କରିଛନ୍ତି ସେ। ବୃକ୍ଷ ହିଁ ହେଉଛନ୍ତି ତାଙ୍କ ବନ୍ଧୁ। ଆଜି ପର୍ଯ୍ୟନ୍ତ ପ୍ରାୟ ୧୫ ହଜାର ବୃଷ ରୋପଣ କରିସାରିଛନ୍ତି ସେ । ଆଖପାଖ ଅଞ୍ଚଳରେ ଏହି ବ୍ୟକ୍ତି ଜଣଙ୍କ ଗ୍ରୀନ ମ୍ୟାନ୍‌ ନାଁରେ ପରିଚିତ ।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସରକଣା ଗାଁର  ପ୍ରସନ୍ନ ସାମନ୍ତରାୟ । ଗ୍ରୀନ୍‌ ମ୍ୟାନ୍‌ ଭାବେ ଅଂଚଳରେ ବେଶ ପରିଚିତ । ବୟସ ୫୭ ଛୁଇଁଲାଣି । ସବୁଜ ପୋଷାକ ସାଙ୍ଗକୁ ସବୁଜ ପରିବେଶରେ ରୁହନ୍ତି। ବୃଷ ରୋପଣ କରିବା ନିଶା । ସକାଳୁ ରାତି ପର୍ଯ୍ୟନ୍ତ ତାହ୍କର ଖାଲି ଗଛ ଚିନ୍ତା। ସକାଳ ହେଲେ ସାଇକେଲ ଟିଏ ଧରି ବାହାରି ପଡନ୍ତି ବୃକ୍ଷ ରୋପଣ କରିବା ପାଇଁ । ବୃଷ ପାଇଁ ବିବାହ କରିନାହାନ୍ତି କି ଚାକିରି ପଛରେ ଗୋଡାଇ ନାହାନ୍ତି । ବିନା ସ୍ଵାର୍ଥରେ ବୃଷ ରୋପଣ କରିଚାଲିଛନ୍ତି ଏବଂ ଆଗକୁ ମଧ୍ୟ ଏଭଳି କାମ ଜାରି ରଖିବେ ବୋଲି କହିଛନ୍ତି ।୧୦  ଏକରରୁ ଉର୍ଦ୍ଧ ସରକାରୀ ଜାଗାରେ ବୃଷ ରୋପଣ କରିସାରଛି ପ୍ରସନ୍ନ । କରଂଚ, ନିମ, ବେଲ, ଗମ୍ଭାରୀ, ବଉଳକୋଳି, ସିରିସ, ଅର୍ଜୁନ, ଅଶୋକ, ଜାମୁ, ଚମ୍ପା, ଔଷଧିୟ ବୃକ୍ଷ ରୋପଣ କରିଛନ୍ତି ।
ବିଜେବି କଲେଜ ରୁ ଅର୍ଥ ଶାସ୍ତ୍ରରେ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତର ଶିକ୍ଷା ଲାଭ କରିଛି । ମାତ୍ର ବୃକ୍ଷ ରୋପଣ ପାଇଁ ସେ ଚାକିରି ପଛରେ ଗୋଡାଇ ନାହାନ୍ତି ।  ସବୁଜମୟ ପରିବେଶ ତାଙ୍କର ଲକ୍ଷ । ପ୍ରସନ୍ନଙ୍କ ଏପରି ପ୍ରୟାସକୁ ଅଂଚଳବବାସୀ ବେଶ ପ୍ରସଂସା କରିଛି । ତାଙ୍କ ଦ୍ବାରା ସୃଷ୍ଟି ଜଙ୍ଗଲକୁ ସ୍ଥାନୀୟ ପ୍ରସାଶନ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି ।


   Related Posts