ଗ୍ରୀନ୍‌ କଫି ଶରୀର ପାଇଁ ଖୁବ୍‌ ଲାଭଦାୟକ, ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ ୦୮।୧୨:  ସାଧାରନତଃ ଗ୍ରୀନ୍‌ ଟି’ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଗ୍ରୀନ୍‌ କଫି ବିଷୟରେ ଜାଣିଛନ୍ତି କି? ଗ୍ରୀନ୍‌ କଫି ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏଥିରେ ଅଧିକ ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ କ୍ୟାଫିନ୍‌ ପ୍ରାୟତଃ ନଥାଏ । ଗ୍ରୀନ୍‌ କଫି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଗ୍ରୀନ୍‌ ଟି’ର ଆହୁରି ଅନେକ ପ୍ରକାରର ଫାଇଦା ରହିଛି । ଶୀତଦିନେ ପ୍ରାୟ ଲୋକ ଶରୀରକୁ ଗରମ ରଖିବା ପାଇଁ କଫି ପିଇବାକୁ ପସନ୍ଦ କରିଥାନ୍ତି ।

କିନ୍ତୁ ଆବଶ୍ୟକଠାରୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । କାରଣ ଏଥିରେ ବହୁ ମାତ୍ରାରେ କ୍ୟାଫିନ୍‌ ରହିଥାଏ, ଯାହା ଶରୀରକୁ ପ୍ରଭାବିତ କରିଥାଏ । କିନ୍ତୁ କଫି ପରିବର୍ତ୍ତେ ଗ୍ରୀନ୍‌ କଫି ପିଇପାରିବେ। ଯାହା ଆଦୌ କ୍ଷତିକାରକ ନୁହେଁ । ଏହା ଆମ ଶରୀରକୁ ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ ।ଏଥିରେ ପୋଟାସିୟମ୍‌ ଓ ସୋଡିୟମ୍‌ ମଧ୍ୟ କମ୍‌ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍‌ ପ୍ରଭାବଶାଳୀ ।

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି : ଗ୍ରୀନ୍‌ କଫି ପିଇବା ଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ସେହିପରି ଶରୀରର ପ୍ରଦାହ ମଧ୍ୟ କମାଇଥାଏ । ତେଣୁ ମଧୁମେହ ରୋଗୀ ଏହାକୁ ଡାଏଟ୍‌ରେ ସାମିଲ୍‌ କରିପାରିବେ ।

ଶକ୍ତି ଦିଏ : ଗ୍ରୀନ୍‌ ଟି’କୁ ଏନର୍ଜି ବୁଷ୍ଟର ବା ଶକ୍ତି ପ୍ରଦାନକାରୀ ମଧ୍ୟ କୁହାଯାଇପାରିବ । ଏହା ଶରୀରର ଥକ୍କାପଣ ଦୂର କରିବା ସହ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।

ଖରାପ କୋଲେଷ୍ଟେରଲ୍‌କୁ କମାଏ : ଯେଉଁମାନଙ୍କଠାରେ କୋଲେଷ୍ଟେରଲ୍‌ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଗ୍ରୀନ୍‌ କଫି ବରଦାନ । ଏହା ଶରୀରରୁ ଖରାପ କୋଲେଷ୍ଟେରଲ୍‌କୁ କମାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ । ଗବେଷଣା ଅନୁସାରେ ନିୟମିତ ଗ୍ରୀନ୍‌ କଫି ପିଇବା ଦ୍ୱାରା କୋଲେଷ୍ଟେରଲ୍‌ ସମସ୍ୟା ନିୟନ୍ତ୍ରିତ କରିପାରିବେ ।

ତ୍ୱଚାରେ ଚମ୍‌କ ଆଣେ : ଗ୍ରୀନ୍‌ କଫି୍‌ରେ ଫ୍ୟାଟୀ ଏସିଡ୍‌, ଲିନୋଲିକ୍‌ ଏସିଡ୍‌ ଓ ଓଲିକ୍‌ ଏସିଡ୍‌ ରହିଥାଏ, ଯାହା ତ୍ୱଚାକୁ ହାଇଡ୍ରେଟ୍‌ ରଖିବା ପାଇଁ ଆବଶ୍ୟକ। ତେଣୁ ଗ୍ରୀନ୍‌ କଫି ପିଇବା ଦ୍ୱାରା ତ୍ୱଚାରେ ଚମ୍‌କ ଆସିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.