scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୟାବହ ନିଆଁରେ ଜଳୁଛି ଗ୍ରୀସ ଜଙ୍ଗଲ, କୋର୍ଫ୍ୟୁ ଦ୍ଵୀପରୁ ୨୫୦୦ ପର୍ଯ୍ୟଟକ ଉଦ୍ଧାର, ଏ ପର୍ଯ୍ୟନ୍ତ ୩୦ ହଜାର ଲୋକ ସ୍ଥାନାନ୍ତର

24/07/2023 at 6:52 PM

ଏଥେନ୍ସ: ଗ୍ରୀସର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ପାଖପାଖ ଜନବହୁଳ ଅଞ୍ଚଳକୁ ନିଆଁ ଗ୍ରାସି ସାରିଛି। ଫଳରେ ଗ୍ରୀସର କୋର୍ଫ୍ୟୁ ରୋଡ୍ସ ଦ୍ଵୀପରେ ଜରୁରୀକାଳୀନ ଲାଗୁ କରାଯାଇଛି। ଗ୍ରୀସର ରୋଡ୍ସର ଅଧିକାରୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବିପଦରେ ଥିବା ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ କୋର୍ଫ୍ୟୁ ଦ୍ଵୀପରୁ ମଧ୍ୟ ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।

ଅଧିକ ପଢନ୍ତୁ- ପୃଥିବୀର ଫୁସଫୁସକୁ ଜାଳିଦେଲାଣି ବନାଗ୍ନୀ : ନଷ୍ଟ ହେଲାଣି ଆମାଜନ ଜଙ୍ଗଲର ୩୭୫୦ ବର୍ଗକିମି ଅଞ୍ଚଳ

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କୋର୍ଫ୍ୟୁ ଦ୍ଵୀପର ଉତ୍ତର ଦିଗକୁ ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଏବଂ ସୋମବାର ରାତିସାରା ୨୪୬୬ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବଡ଼ କଥା ଏ ପର୍ଯ୍ୟନ୍ତ କୌଣସି  ହୋଟେଲ୍ କିମ୍ବା ଘର ଏଥିରେ କ୍ଷତିଗ୍ରସ୍ତ ହୋଇ ନାହିଁ। କୋର୍ଫ୍ୟୁ ଗ୍ରୀସର ନୂଆ ଦ୍ଵୀପ ଯେଉଁଠି ଉଦ୍ଧାର କାର୍ଯ୍ୟ ଚଲାଇବାକ ଆଦେଶ ଦିଆଯାଇଛି।  ସେଠାକାର ଅବସ୍ଥା ବହୁତ ଗମ୍ଭୀର ରହିଛି।

ଅନ୍ୟପକ୍ଷେ ରୋଡ୍ସ ଗ୍ରୀସର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ଏଠାରେ ବିଶେଷ କରି ବ୍ରିଟିଶ, ଜର୍ମାନ ଏବଂ ଫ୍ରାନ୍ସ ପର୍ଯ୍ୟଟକ ଛୁଟି ସମୟ ବିତାଇବାକୁ ଆସନ୍ତି। ଅଗ୍ନିକାଣ୍ଡ କାରଣରୁ ରୋଡ୍ସର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳି ପାଉଁଶ ହୋଇ ଯାଇଛି।  ଏ ପର୍ଯ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇ ଯାଇଛି। ଅଲଜଜିରା ଅନୁଯାୟୀ, ନିଆଁ ୭୯ଟି ସ୍ଥାନରେ ଲାଗିଛି ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ୫ ହେଲିକପ୍ଟର ଏବଂ ୧୭୪ ଫାୟର ଫାଇଟର୍ସଙ୍କୁ ନିୟୋଜିତ କରାଯାଇଛି।

ଅଧିକ ପଢନ୍ତୁ- ଜଳୁଛି ଆମାଜନ ଜଙ୍ଗଲ, ପୋଡି ହୋଇ ମଲେଣି ଅନେକ ଦୁର୍ଲଭ ଜୀବ, ସୋସାଲ ମିଡିଆରେ ଭାଇରେଲ ହେଉଛି ଫଟୋ

ଅଗ୍ନିକାଣ୍ଡ ରୋଡ୍ସ ଦ୍ଵୀପ ସହ କୋର୍ଫ୍ୟୁ ଦ୍ଵୀପକୁ ମଧ୍ୟ ବ୍ୟାପି ଯାଇଛି। ମଧ୍ୟ ଗ୍ରୀସର ପୂର୍ବତଟରେ ସ୍ଥିତ ଦ୍ଵିତୀୟ ସବୁଠୁ ବଡ଼ ଦ୍ଵୀପ ଇଭିଆରେ ମଧ୍ୟ ନିଆଁ ଲାଗିଛି। ତେବେ ରୋଡ୍ସରେ ଗୋଟିଏ ସପ୍ତାହ ହେବ ନିଆଁ ଲାଗି ରହିଛି। ଘଣ୍ଟା ପ୍ରତି ୪୯ କିମି ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି। ଗ୍ରୀକ ପୋଲିସର ମୁଖପାତ୍ର କନଷ୍ଟେଟିଆ ଡିମୋଗ୍ଲିଲଡୋ  ଏଏଫପିକୁ କହିଛନ୍ତି ଯେ, ଏହା ଗ୍ରୀସରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ଉଦ୍ଧାରକାର୍ଯ୍ୟ।  ପୋଲିସ କହିଛି, ୧୬ ହଜାର ଲୋକଙ୍କୁ ସ୍ଥଳଭାଗରେ ଏବଂ ୩ ହଜାର ଲୋକଙ୍କୁ ସମୁଦ୍ର ରାସ୍ତା ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାକି ଲୋକ ସଡ଼କ ମାର୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି।

   Related Posts