ପକ୍ସୋ ମାମଲାରେ ବ୍ରିଜ୍‌ଭୂଷଣଙ୍କୁ ଆଶ୍ବସ୍ତି, ପୋଲିସ୍‌ର କ୍ଲୋଜର ରିପୋର୍ଟରେ ଆପତ୍ତି ନଥିବା କହିଲେ ନାବାଳିକା କୁସ୍ତିଯୋଦ୍ଧା

Published By : Prameya-News7 Bureau | August 01, 2023 IST

ନୂଆଦିଲ୍ଲୀ, ୦୧/୦୮: ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କୁ ଆଣ୍ବସ୍ତି । ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ବିଜେପି ସାଂସଦ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ଉପରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। କିନ୍ତୁ ପରେ ନାବାଳିକା ନିଜ ଅଭିଯୋଗକୁ ପଛକୁ ହଟିଥିଲେ। ଆଉ ଆଜି ଅଦାଲତରେ ପୋଲିସ୍ କ୍ଲୋଜର ରିପୋର୍ଟକୁ ମଧ୍ୟ ବିରୋଧ କରିନଥିଲେ।

ନାବାଳିକା କୁସ୍ତିଯୋଦ୍ଧା ଏବଂ ତାଙ୍କ ବାପା ଅତିରିକ୍ତ ଦୌରା ଜଜ୍‌ ଛବି କପୂରଙ୍କ ସାମ୍ନାରେ ନିଜ ବୟାନ ଦେଇଛନ୍ତି, ଏବଂ କହିଛନ୍ତି ସେମାନେ ପୋଲିସ୍‌ ଯାଞ୍ଚରେ ସନ୍ତୁଷ୍ଟ ଆଉ ଏହି କେସ୍‌ରେ ଦିଲ୍ଲୀ ପୋଲିସ୍‌ର କ୍ଲୋଜର୍‌ ରିପୋର୍ଟରେ ତାଙ୍କୁ କୌଣସି ଆପତ୍ତି ନାହିଁ। ବୟାନ ରେକର୍ଡ ପରେ ଅଦାଲତ ସେପ୍ଟେମ୍ବର ୬ ତାରିଖକୁ ରାୟ ସଂରକ୍ଷିତ ରଖିଥିବା କହିଛନ୍ତି ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ।

ଆହୁରି ପଢ଼ନ୍ତୁ: ବ୍ରିଜ୍‌ଭୂଷଣଙ୍କୁ ବଡ଼ ଆଶ୍ବସ୍ତି, ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ମିଳିଲା ଜାମିନ୍‌

ସୂଚନାଥାଉକି, ଏହି ମାମଲାରେ ନାବାଳିକା ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ପକ୍ସୋ ଆକ୍ଟ ଅନୁଯାୟୀ କେସ୍‌ ରୁଜୁ ହୋଇଥିଲା। କିନ୍ତୁ ପରେ ନାବାଳିକା କୁସ୍ତିଯୋଦ୍ଧା ବ୍ରିଜ୍‌ଭୂଷଣଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିଥିଲେ। ପରେ ଏହି ମାମଲାରେ ପୋଲିସ୍‌ କ୍ଲୋଜର ରିପୋର୍ଟ ଦାଖଲ ମଧ୍ୟ କରିଥିଲା। ଯାହା ପରେ ଦିଲ୍ଲୀ ପୋଲିସ୍ ଅଦାଲତରେ ୫୫୦ ପେଜ୍‌ରେ ରଦ୍ଦ ରିପୋର୍ଟ ଦାଖଲ କରିଥିଲେ। ଦିଲ୍ଲୀ ପୋଲିସ୍‌ ଏହି କ୍ଲୋଜର ରିପୋର୍ଟରେ କହିଥିଲେ ଯେ ଏହି ମାମଲାରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.