ନୂଆଦିଲ୍ଲୀ: ବାରମ୍ବାର ତା ବେକକୁ ଗୋଇଠା ମାରୁଥିଲେ। ତଣ୍ଟିରେ ଛିଡ଼ା ହେଇଯାଉଥିଲେ। ଯନ୍ତ୍ରଣାରେ ଛଟ୍ପଟ୍ ହେଇ ଚିକ୍ତାର ଛାଡ଼ୁଥିଲା। ଶେଷରେ ଯନ୍ତ୍ରଣା ସହିନପାରି ଜୀବନ ଚାଲିଗଲା। ଭାରତୀୟ ପକ୍ଷୀ ଗ୍ରେଟ୍ ଇଣ୍ଡିଆନ ହର୍ନିବିଲ୍କୁ ହତ୍ୟା ଘଟଣାରେ ନାଗାଲଣ୍ଡର ୱାଖା ଜିଲ୍ଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ଏହି ନିର୍ଯାତନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପଶୁପ୍ରେମୀଙ୍କ ଠାରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାପରେ ମାମଲା ଥାନାରେ ପହଞ୍ଚିଥିଲା। ବନ୍ୟପ୍ରାଣୀ ଆଇନ ଅନୁସାରେ ପକ୍ଷୀକୁ ନିର୍ଯାତନା ଦେଇ ହତ୍ୟା କରିବାରୁ ୩ ଜଣଙ୍କୁ ଗିରଫ କରିଛି ନାଗାଲାଣ୍ଡ ପୁଲିସ।