ଦିଲ୍ଲୀରେ ହଟିଲା GRAP-୩: ସ୍ୱାଭାବିକ ହେବ ଯାନବାହାନ ଚଳାଚଳ, ଚାଲିବ ନିର୍ମାଣ କାର୍ଯ୍ୟ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ର ଉନ୍ନତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସବ କମିଟି (CAQM) ଦିଲ୍ଲୀ-ଏନସିଆରରେ GRAPର ତୃତୀୟ ପର୍ଯ୍ୟାୟ ତୁରନ୍ତ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ହଟିବା ପରେ ରାଜଧାନୀରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ କାର ଚାଲିବା ଉପରେ ପ୍ରତିବନ୍ଧକ ମଧ୍ୟ ହଟାଯିବ। ଏହା ବ୍ୟତୀତ ନିର୍ମାଣ ଏବଂ ଭାଙ୍ଗିବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି।

wp:html /wp:html

ବାୟୁ ଗୁଣବତ୍ତାର ଉନ୍ନତି ତଥା ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି CAQM କହିଛି। CAQM କହିଛି ଯେ ଉପ-କମିଟି ନଭେମ୍ବର 28 ରେ ହୋଇଥିବା ବୈଠକରେ ବାୟୁ ଗୁଣବତ୍ତା ସ୍ଥିତିର ସମୀକ୍ଷା କରିଛି। ଏହା ବ୍ୟତୀତ ଆଇଏମଡି ଏବଂ ଆଇଆଇଟି ମୁମ୍ବାଇର ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନ ମଧ୍ୟ ସମୀକ୍ଷା କରାଯାଇଥିଲା।

ଏହା ଅନୁଯାୟୀ, ନଭେମ୍ବର ୨୭ରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ 395 ଥିଲା, ଯାହା ନଭେମ୍ବର ୨୮ରେ ୮୩ ପଏଣ୍ଟ ହ୍ରାସ ପାଇଛି ଏବଂ AQI ସ୍ତର ୩୧୨ ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.