Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିକୁ ୫୨ ପ୍ରତିଶତ ସଂରକ୍ଷଣ ଦିଅ: ପ୍ରଧାନମନ୍ତ୍ରୀଙ୍କୁ ଓବିସି ସଂଘର ଚିଠି

9/11/2022 at 11:14 PM

ନୂଆଦିଲ୍ଲୀ: ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିକୁ ୫୨ ପ୍ରତିଶତ ସଂରକ୍ଷଣ ଦିଅ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ଦାବି କରିଛି ଅଖିଳ ଭାରତୀୟ ଓବିସି ଛାତ୍ର ସଂଘ (AIOBCSA)। ବୁଧବାର  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦେଶରେ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରିବା ସହିତ ଓବିସି ସମ୍ପ୍ରଦାୟ ପାଇଁ ଏଭଳି ଦାବି କରିଛନ୍ତି ସଂଗଠନ।

ଚିଠିରେ କୁହାଯାଇଛି “ ଦେଶରେ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରୁଛୁ। ସେମାନଙ୍କର ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛରେ ଥିବା ସ୍ଥିତିକୁ ଦେଖି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ। ଜାତିଗତ ଜନଗଣନା ଏକ ଐତିହାସିକ ଅପେକ୍ଷା। ୧୯୩୧ ପରେ ଦେଶରେ ପୂର୍ଣ୍ଣାମାତ୍ରାରେ ଜାତିଗତ ଜନଗଣନା କରାଯାଇ ନାହିଁ।” ତୃଣମୂଳ ସ୍ତରରେ ଜାତିଗତ ଜନଗଣନା କରିବା ଏକ ଐତିହାସିକ ସୁଯୋଗ ବୋଲି ଓବିସି ସଂଘ ସଭାପତି ଗୌଡ କିରଣ କୁମାର।

ଜାତିଗତ ଜନଗଣନା କଲେ କେବଳ ଓବିସି ନୁହେଁ ଅନ୍ୟ ପଛୁଆ ବର୍ଗର ଲୋକମାନେ ସଂରକ୍ଷଣରେ ସେମାନଙ୍କର ଭାଗ ପାଇପାରିବେ। ଯଦି ଜାତିଗତ ଜନଗଣନା ନ କରାଯାଏ ତେବେ ଓବିସିକୁ ସଶକ୍ତ କରିବାରେ ଆମେ ଏକ ଐତିହାସିକ ସୁଯୋଗ ହରାଇବା ବୋଲି ସଂଘର ସଭାପତି କହିଛନ୍ତି।  

   Related Posts