ନାତିକୁ ଚାପୁଡା ମାରିଥିଲେ ଅଜା, ପ୍ରତିଶୋଧ ନେବାକୁ ଯାଇ ଫାଉଡାରେ ହାଣି ହତ୍ୟା କଲା ନାତି

Published By : Prameya-News7 Bureau | April 18, 2022 IST

ରାୟବରେଲି ୧୮।୪: ଉତ୍ତରପ୍ରଦେଶ ରାୟବରେଲିରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ତାଙ୍କ ଅଜାଙ୍କୁ ଫାଉଡାରେ ହାଣି ହତ୍ୟା କରିଛି । ପାରିବାରିକ ବିବାଦରୁ ଅଜା ତାଙ୍କ ନାତିଙ୍କୁ ଚାପୁଡା ମାରିଦେଇଥିଲେ । ଏହି କାରଣରୁ ଅଜାଙ୍କ ଉପରେ ନାତି ଭୀଷଣ ରାଗିଯାଇଥିଲା ।

ସୂଚନାଯୋଗ୍ୟ ଯେ, ଅଜା ଶତ୍ରୋହନ ପାଲଙ୍କ ହତ୍ୟାକାରୀ ସତୀଶ ରାୟବରେଲି ମହାରାଜଗଞ୍ଜ ଅଞ୍ଚଳରେ ରହୁଥିଲା । ଶତ୍ରୋହନ ବିଲରେ ଫସଲ ଜଗିବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ହତ୍ୟା କରାଯାଇଥିଲା । ଫାଉଡାରେ ଅତି ନିର୍ମମ ଭାବେ ଆକ୍ରମଣ କରି ଶତ୍ରୋହନଙ୍କୁ ହତ୍ୟା କରିଥିଲା ସତୀଶ ।

ଘଟଣାର ଖବର ପାଇବା ପରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସର ତଦନ୍ତରୁ ଜଣାପଡିଛି ଯେ, ଶତ୍ରୋହନ ପାଲଙ୍କ ନାତି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ସେ ଏକ ଫାଉଡାରେ ଅଜା ଶତ୍ରୋହନଙ୍କୁ ହାଣି ହତ୍ୟା କରିଛି ।

ନିର୍ମିତ ଘରର କାନ୍ଥକୁ ନେଇ ଶତ୍ରୋହନଙ୍କର ତାଙ୍କ ନାତିଙ୍କ ସହ କିଛି ବିବାଦ ହୋଇଥିଲା । ଏହାକୁ ନେଇ ଶତ୍ରୋହନ ନାତି ସତୀଶକୁ ଚାପୁଡା ମାରିଥିଲେ । ସତୀଶକୁ ଏହା ଖୁବ୍ ବାଧିଥିଲା । ସେ ଅଜା ଶତ୍ରୋହନଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା । ବିଲକୁ ଫସଲ ଜଗିବାକୁ ଯାଇଥିବା ଶତ୍ରୋହନଙ୍କୁ ସତୀଶ ଏକ କୋଦାଳରେ ଆକ୍ରମଣ କରିଥିଲା । ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତରୁ ସତୀଶ ଶତ୍ରୋହନଙ୍କ ହତ୍ୟାକାରୀ ଜଣାପଡିବା ପରେ ପୋଲିସ ତାକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.