ନିଜ ଭିଟାମାଟିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା, ଅଦ୍ଭୂତପୂର୍ବ ଅନୁଭୂତି ବୋଲି କହିଲେ : ନିଜ ସାଇକଲ ପ୍ରତି ଥିବା ଦୁର୍ବଳତା ବଖାଣିଲେ

Published By : Prameya-News7 Bureau | June 10, 2019 IST

ବାଲେଶ୍ୱର ୧୦/୬ : ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୁଇଟି ବିଭାଗର ମନ୍ତ୍ରୀ ହେବାପରେ ଗତକାଲି ରାତିରେ ନିଜ ନୀଳଗିରି ସ୍ଥିତ ନିଜ ଭିଟାମାଟି ଗୋପୀନାଥପୁର ଶାସନକୁ ଆସିଥିଲେ । ମନ୍ତ୍ରୀଙ୍କୁ ଗାଁରେ ବିପୁଳ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ ଗ୍ରାମବାସୀ । ବାଜା, ବାଣ ଫୁଟାଇ ପ୍ରତାପଙ୍କୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ନିଜ ଭଙ୍ଗା କୁଡ଼ିଆରେ ରାତ୍ରି ଯାପନ କରିଥିଲେ । ପ୍ରତାପଙ୍କୁ ନିଜ ଅଞ୍ଚଳରେ ପାଇଁ କର୍ମୀମାନେ ବେଶ ଉତ୍ସାହିତ ହୋଇପଡିଥିଲେ ।

{"id":121679}

କେନ୍ଦ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଗତକାଲି ନିଜ ଗାଁରେ ପ୍ରଥମଥର ଭାବେ ପାଦ ପକାଇଥିଲେ । ପ୍ରତାପ ଷଡ଼ଙ୍ଗୀ ନିଜେ ମଧ୍ୟ ବେଶ ଉତ୍ସାହିତ ଥିଲେ । ସେହି ଭଙ୍ଗା କୁଡ଼ିଆରୁ ପ୍ରତାପ ଷଡ଼ଙ୍ଗୀ ଗୋସେବା ଓ ଦେଶସେବା ଆରମ୍ଭ କରିଥିଲେ । ନିଜର ସାଧାରଣ ଜୀବନ ଶୈଳୀ ପାଇଁ ବେଶ ପରିଚିତ ପ୍ରତା ଷଡ଼ଙ୍ଗୀ । ନିଜର ସଚ୍ଚୋଟପଣିଆକୁ ତାଙ୍କର ଅଳଙ୍କାର ବୋଲି ଭାବନ୍ତି ପ୍ରତାପ । କେନ୍ଦ୍ରମନ୍ତ୍ରୀ ହେବାପରେ ପ୍ରଥମଥର ପାଇଁ ନିଜ କୁଡ଼ିଆରେ ପ୍ରବେଶ କରିବା ପରେ ନିଜର ପ୍ରତିକ୍ରିୟା ରଖିଥିଲେ ପ୍ରତାପ ଷଡ଼ଙ୍ଗୀ ।

{"id":121680}

ପ୍ରତାପ କହିଛନ୍ତି ଗୋପୀନାଥପୁର ଗାଁ ଏବଂ ସେହି କୁଡ଼ିଆ ଘର ତାଙ୍କର ଅତି ପ୍ରିୟ । ତାଙ୍କର ବାଲ୍ୟକାଳ ସେହି କୁଡ଼ିଆ ଘରେ କଟିଛି । ସେହି ଭଙ୍ଗା କୁଡ଼ିଆରେ ତାଙ୍କ ମଧ୍ୟ ମା ମଧ୍ୟ ରହୁଥିଲେ । ଭାଇ ଭଉଣୀ ସମସ୍ତେ ସେହି ଘରେ ରହିଥିଲେ । କିନ୍ତୁ ପ୍ରତାପଙ୍କ ବାପା ସେହି କୁଡ଼ିଆରେ ଅଳ୍ପ ସମୟ ରହିଥିଲେ ବୋଲି କହିଛନ୍ତି । ସେଥିପାଇଁ ସେହି ଘର ପ୍ରତି ଦୁର୍ବଳତା ରହିଛି ବୋଲି କହିଛନ୍ତି ପ୍ରତାପ । ବିପୁଳ ଭୋଟରେ ବିଜୟୀ ହେବ ପରେ ଏବଂ କେନ୍ଦ୍ରମନ୍ତ୍ରୀ ହେବାପରେ ସେହି ଗାଁ ତାଙ୍କ ପାଇଁ ତୀର୍ଥଭୂମି ହୋଇଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗ୍ରାମବାସୀ ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ ଜଣାଇଥିଲେ ତାହା ତାଙ୍କ ପାଇଁ ଏକ ଅଦ୍ଭୂତପୂର୍ବ ଅନୁଭୂତି ଥିଲା ବୋଲି ସେ କହିଛନ୍ତି ।

{"id":121681}

ବେକାରୀ ସମସ୍ୟାକୁ ନେଇ ମଧ୍ୟ ପ୍ରତାପ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଥିଲେ । ବାଲେଶ୍ଵର ତଥା ନୀଳଗିରି ଅଞ୍ଚଳରେ ବନ୍ଦ ପଡିଥିବା କାରଖାନା ଶୀଘ୍ର ଆରମ୍ଭ କରିବା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ପୁନଃଚାଲିବା ଅବସ୍ଥାରେ ନଥିବା କାରଖାନାକୁ ହଟାଇ ସେଠାରେ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ ପ୍ରତାପ ।

{"id":121682,"width":585,"height":389}

ନିଜ ସାଇକଲ ପ୍ରତି ଥିବା ଦୁର୍ବଳତା ମଧ୍ୟ ବଖାଣିଥିଲେ କେନ୍ଦ୍ରମନ୍ତ୍ରୀ । ମନ୍ତ୍ରୀ ହେଲେ ଜଣେ ସାଇକଲ ଚଢି ପାରିବନି ବୋଲି କେଉଁଠି ଲେଖା ହୋଇନି । ରିଲିଫ ଆଣିବା ପାଇଁ ଜଣେ ତାଙ୍କ ସାଇକଲ ନେଇ ଯାଇଥିଲା କିନ୍ତୁ ଆଉ ଫେରିନଥିଲା । ପରେ ସେ ଚେଷ୍ଟା କରି ମଧ୍ୟ ନିଜ ସାଇକଲ ଫେରି ପାଇନଥିଲେ । କିନ୍ତୁ ଯେଉଁ ସାଇକଲ ତାଙ୍କୁ ଦେଶ ବିଦେଶରେ ଏତେ ପରିଚୟ ଦେଇଛି ସେହି ସାଇକଲକୁ ଛାଡିବା ଏକ ବେଇମାନି ସଦୃଶ୍ୟ ବୋଲି ସେ କହିଛନ୍ତି ।   

{"id":121683}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.