ନାତୁଣୀର ଗ୍ରାଣ୍ଡ ୱେଲ୍କମ୍ କଲେ ମୁକେଶ ଅମ୍ଵାନୀ, ୩୨ ଗାଡିର କାର୍କେଡ୍ ସହ ଘରେ ପହଞ୍ଚିଲେ ଶ୍ଲୋକା-ଆକାଶ
4/06/2023 at 11:50 AM

ମୁମ୍ଵାଇ ୦୪।୦୬: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ଖୁସି ଆସିଛି। କିଛି ଦିନ ପୂର୍ବେ ତାଙ୍କ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ଅମ୍ବାନୀ ପୁଣି ଥରେ ପିତାମାତା ହୋଇଥିଲେ। ବୁଧବାର ଦିନ ଶ୍ଲୋକା ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଶ୍ଲୋକା ଏବେ ଘରକୁ ଫେରିଛନ୍ତି।
ଅମ୍ବାନୀ ପରିବାର ଏବଂ ମେହେଟ୍ଟା ପରିବାର ନୂତନ ଅତିଥିଙ୍କୁ ଧୁମ୍ଧାମ୍ ସହିତ ସ୍ୱାଗତ କରିଥିଲେ। ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିହେବ ଯେ ମେହେଟ୍ଟା ଏବଂ ଅମ୍ବାନୀ ପରିବାର ଘରେ କୁନି ଅତିଥିଙ୍କ ଆଗମନକୁ ନେଇ କେତେ ଖୁସି ଅଛନ୍ତି।
ଏହିପରି ଏକ ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ବେଲୁନ୍ ଏବଂ ସାଜସଜ୍ଜା ଗୁଡିକ ବଙ୍ଗଳା ଭିତରକୁ ନିଆଯାଉଛି। ଏଥି ସହିତ ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟାଙ୍କୁ ଗାଡିର ସିକ୍ୟୁରିଟି ଭିତରେ ହସ୍ପିଟାଲରୁ ଘରକୁ ଯାଉଥିବା ଦେଖିବାକୁ ମିଳିବ। ବହୁ ସଂଖ୍ୟାରେ ଲୋକ ଏହି ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି।
ଶ୍ଲୋକା ଏବଂ ଆକାଶଙ୍କ ବିବାହ ୨୦୧୯ରେ ହୋଇଥିଲା । ୨୦୨୦ରେ ପ୍ରଥମ ସନ୍ତାନ ପ୍ରୀତି ଅମ୍ବାନୀ ଜନ୍ମ ଦେଇଥିଲେ । ଯାହାଙ୍କ ବୟସ ବର୍ତ୍ତମାନ ଦୁଇ ବର୍ଷ । ଅନ୍ୟପଟେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଗତ ବର୍ଷ ନଭେମ୍ବରରେ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ଯାଆଁଳା ପିଲାମାନଙ୍କ ମଧ୍ୟରେ ଗୋଟିଏ ଝିଅ ଆଉ ଏକ ପୁଅ ଅଛି ।
You Can Read :