oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ପ୍ରମେୟ ନ୍ୟୁଜ୍‌-୭’ରେ ଫିଲ୍ମ ‘ଫେରିଆ’ର ଗ୍ରାଣ୍ଡ ପ୍ରିମିୟର, ଅଗଷ୍ଟ ୧୫ ଅପରାହ୍ନ ସାଢ଼େ ୨ଟାରେ ହେବ ପ୍ରସାରଣ

9/08/2020 at 7:48 AM

ଭୁବନେଶ୍ୱର ୦୯/୦୮: ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ତଥା ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ଓ ପ୍ରଶଂସିତ ଓଡ଼ିଆ ଫିଲ୍ମ ‘ଫେରିଆ-କମ୍‌ ବ୍ୟାକ୍‌’ ର ଗ୍ରାଣ୍ଡ ପ୍ରିମିୟର ‘ପ୍ରମେୟ ନ୍ୟୁଜ୍‌-୭’ରେ ହେବ । ଆସନ୍ତା ଅଗଷ୍ଟ ୧୫ ତାରିଖ ଅପରାହ୍ନ ସାଢ଼େ ୨ଟାରେ ଏହାର ପ୍ରସାରଣ କରାଯିବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ର ଗତବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସର୍ବାଧିକ ଆଠଟି ବିଭାଗରେ ପୁରସ୍କୃତ ହୋଇଥିଲା । ଏହାର କାହାଣୀ କୋରାପୁଟ ଜିଲ୍ଲାର ଏକ ଆଦିବାସୀ ବହୁଳ ଅପହଞ୍ଚ ଗାଁରେ ଜଣେ ପାଠୁଆ ଏନ୍‌ଆର୍‌ଆଇ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବସିତ । ଗାଁରୁ ଅନ୍ଧବିଶ୍ୱାସ ଦୂର କରିବା ଏବଂ ଗାଁର ଚିତ୍ର ବଦଳାଇବା ପାଇଁ ନେତୃତ୍ୱ ନିଏ ପ୍ରକାଶ । କିନ୍ତୁ ସ୍ଥିତି ସେମିତି ରୁହେନା ଯେମିତି ସେ ଭାବିଥାଏ । ହଠାତ୍‌ ଦିନେ ତା’ର ଜୀବନର ମୋଡ଼ ବଦଳିଯାଏ । ପ୍ରକାଶର ସଂଘର୍ଷ ଏବଂ ତା’ର ପତ୍ନୀ ପୁଅର ସାମାଜିକ ଅବସ୍ଥା ଭିତରେ କାହାଣୀ ଗତିଶୀଳ ହୁଏ । ଏମିତି ଏକ ସ୍ଥାନରେ ପହଞ୍ଚିଯାଏ ଯେଉଁଥିରେ ପ୍ରକାଶର ପତ୍ନୀକୁ ସବୁ କିଛି ପଛକୁ ଭାବିବା ପାଇଁ ବାଧ୍ୟ କରେ । ଫିଲ୍ମଟି ବର୍ତ୍ତମାନ ସମୟର ଆଭ୍ୟନ୍ତରୀଣ ଓଡ଼ିଶାର ସାମାଜିକ ଚଳଣି ଏବଂ ସ୍ଥିତିର ଏକ ନିଚ୍ଛକ ପ୍ରତିଫଳନ । ଅନ୍ଧବିଶ୍ୱାସ ହଟାଇବା ଲାଗି ଏକ ଆନ୍ଦୋଳନ ଭାବେ ତିଆରି ହୋଇଛି ।

ସ୍ୱାଧୀନତା ଦିବସ ଅବସରରେ ଏହାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି ବୋଲି ପ୍ରଯୋଜକ ସୁନୀଲ ଦାସ କହିଛନ୍ତି । ନିଚ୍ଛକ ଓଡ଼ିଆ ଫିଲ୍ମ ଦେଖିବାକୁ ଭଲ ପାଉଥିବା ଦର୍ଶକଙ୍କ ଏହି ହୃଦୟ ଛୁଇଁବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ପ୍ରୀତିରାଜ ଶତପଥୀ, ଜିନା ସାମଲ, ଦେବୀଦତ୍ତ ପ୍ରଧାନ ଏବଂ କୋରାପୁଟର ଜଣାଶୁଣା ଥିଏଟର ଅଭିନେତା ଜୟନ୍ତ ସାନ୍ତରା, ଆତ୍ମାନନ୍ଦ ନାୟକ, କଳାହାଣ୍ଡିର ଲୋକଗାୟକ ସର୍ବେଶ୍ୱର ଭୋଇ ଅଭିନୟ କରିଛନ୍ତି। ଡ. ନିର୍ମଳ ନାୟକ ଫିଲ୍ମର ଗୀତ ସାଙ୍ଗକୁ ସଂଳାପ ଲେଖିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ସହ ଗୀତ ଲେଖିଛନ୍ତି ଶାନ୍ତିରାଜ ଖୋସଲା । ମିହିର ରଞ୍ଜନ ଆଚାର୍ଯ୍ୟଙ୍କ ମୌଳିକ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରଟି କୋରାପୁଟର ବାସ୍ତବ ପୃଷ୍ଠଭୂମିରେ ସୁଟିଂ କରାଯାଇଥିଲା । ଯାହାର କ୍ୟାମେରା ପରିଚାଳନା କରିଥିଲେ ଫିଲ୍ମ ଓ ଟିଭି ଦୁନିଆର ଜଣାଶୁଣା କ୍ୟାମେରାମ୍ୟାନ୍‌ ଅମରଜିତ ମହାନ୍ତି ।

ଗତବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ‘ଫେରିଆ-କମ୍‌ ବ୍ୟାକ୍‌’କୁ ଶ୍ରେଷ୍ଠ ସଙ୍ଗୀତ ପାଇଁ ଶାନ୍ତିରାଜ ଖୋସଲା, ଶ୍ରେଷ୍ଠ ପାଶ୍ୱର୍ଗାୟକ କରୁଣାକର, ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଶିବାନୀ ଖରା, ଶ୍ରେଷ୍ଠ ଶିଶୁ କଳାକାର ସାର୍ଥକ ହୋତା, ଶ୍ରେଷ୍ଠ ସମ୍ପାଦନା ଅମରେନ୍ଦ୍ର ମହାପାତ୍ର, ଶ୍ରେଷ୍ଠ କଳା ନିର୍ଦ୍ଦେଶନା ସଂଗ୍ରାମ ମହାରଣା, ଶ୍ରେଷ୍ଠ କଷ୍ଟ୍ୟୁମ୍‌ ଡିଜାଇନ୍‌ ପ୍ରସନ୍ନ ଶତପଥୀ (ମାମା) ପୁରସ୍କୃତ ହୋଇଥିଲେ । ସେହିପରି ମୁମ୍ବାଇର କଳା ସମୃଦ୍ଧି ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଏବଂ କୋଲକାତାର ୟୁନିକର୍ଣ୍ଣ ଫିଲ୍ମ ପେଷ୍ଟିଭାଲ୍‌ରେ ଚଳଚ୍ଚିତ୍ର ପୁରସ୍କୃତ ହେବା ସହ ଏହାକୁ ଆର୍କାଇଭ୍‌ କରାଯାଇଛି । କରୋନା କଟକଣା ଲାଗି ହଲ୍‌ ବନ୍ଦ ଯୋଗୁ ‘ନ୍ୟୁଜ୍‌-୭’ରେ ପ୍ରିମିୟର କରିବା ଲାଗି ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛନ୍ତି । ଏହି ଚଳଚ୍ଚିତ୍ର ଦେଖି ଦର୍ଶକ ଏକ ନିଆରା ମନୋରଞ୍ଜନର ସ୍ୱାଦ ପାଇପାରିବେ ।

   Related Posts