ରାସ୍ତାରେ ଛିଣ୍ଡି ପଡ଼ିଥିଲା ବିଦ୍ୟୁତ୍‌ ତାର, ସଂସ୍ପର୍ଶରେ ଆସି ଜେଜେ ମା' ଓ ନାତୁଣୀ ମୃତ

Published By : Prameya-News7 Bureau | May 21, 2022 IST

ଟାଙ୍ଗି, ୨୧/୦୫: ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା'  ଓ  ନାତୁଣୀଙ୍କ ମୃତ୍ୟୁ ହୋଇଛି । ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ  ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା' ଓ ନାତୁଣୀ ଦୁହେଁ ଟଳି ପଡିଛନ୍ତି । ବାଣପୁର ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ କମା ନାୟକ ଏବଂ ତାଙ୍କର ନାତୁଣୀ ବେବି ନାୟକ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.