scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଅନ୍ଧାରକୁ ଠେଲି ହୋଇଯାଉଥିଲା ନାତୁଣୀର ଭବିଷ୍ୟତ, ଅଜା ପହଞ୍ଚି ରୋକିଦେଲେ ବିବାହ

20/07/2023 at 3:39 PM

କଟକ ୨୦/୦୭: କଟକରେ ବାଲ୍ୟ ବିବାହ । ତାହା ପୁଣି ବଳ ପୂର୍ବକ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକ ଗଡଗଡିଆ ମନ୍ଦିରରେ । ଆଠଗଡ଼ ଗୁରୁଡିଝାଟିଆ ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ମଧ୍ୟ ପ୍ରଦେଶର ଅଞ୍ଚଳର ଜଣେ ଯୁବକ ସହ ବାହା କରାଉଥିବା ବେଳେ ନାବାଳିକାର ଅଜା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ।

ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚି ବା ବେଳକୁ ବର ଫେରାର ହୋଇଯାଇଥିଲେ । ଦୁଇ ଜଣ ଦଲାଲ୍ ସହ ପରିବାର ଲୋକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲେ ପୋଲିସ । ଏହା ପରେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର କରାଇଥିଲା । ସେପଟେ ଅଜା ନାତୁଣୀର ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ଏପରି ପଦକ୍ଷେପ ନେଇଥିବାରୁ ସମସ୍ତେ ପ୍ରଶଂସା କରୁଛନ୍ତି ।

CWC ଅଧଃକ୍ଷ ଙ୍କ କହିବାନୁସାରେ, ବୁଧବାର ଅପରାହ୍ନରେ କଟକ ଗଡ଼ଗଡ଼ିଆ ମନ୍ଦିରରେ ଏକ ନାବାଳିକାକୁ ବଳ ପୂର୍ବକ ବିବାହ କରଯାଉଥିଲା । ଯାହାର ଖବର ପାଇ CWC ଘଟଣା ସସ୍ଥଳରେ ପହଞ୍ଚି ନାବାଳିକାକୁ ଉଧାର କରିଥିଲେ । ଏହା ସହ ସ୍ଥାନୀୟ ପୋଲିସର ସହାୟତାରେ ଦୁଇ ଜଣ ମିଡ଼ିଲ ମ୍ୟାନଙ୍କୁ ଅଟକ ରଖାଯାଇଥିଲା ।

ବର୍ତ୍ତମାନ ଉକ୍ତ ନାବାଳିକା ଜଣଙ୍କ ସିଡିଏ ବସୁନ୍ଧରାରେ ରହିଥିବାବେଳେ ତାହାର ବୟାନ ରେକର୍ଡ ହୋଇଛି । ଆହୁରି ତଦନ୍ତ ବାକି ରହିଛି । ତେବେ ମାନବ ଚାଲାଣର ଅଭିଯୋଗ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦିଆଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଏହି ବିବାହ କରାଯାଉଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି CWC ଅଧକ୍ଷ ।

ସେହିଭଳି କଟକ ଖାନ ନଗର ଅଞ୍ଚଳର ଲୋକନାଥ ସାହୁ ଜଣେ ନାବାଳିକାଙ୍କୁ ବିବାହ କରିବା ପରେ ଭୋଜି ଚାଲିଥିବା ବେଳେ ପୋଲିସ ଓ CWC ଟିମ୍ ଚଢାଉ କରି ନାବାଳିକାଙ୍କୁ ବସୁନ୍ଧରାରେ ଛାଡିଥିଲା । ନାବାଳିକା ବିବାହ କରିବା ଏକ ଅପରାଧ ଓ ଏଥିପାଇଁ କଡା ଆଇନ ରହିଥିବା କଥା କହିଛନ୍ତି CWC ର କଟକ ଅଧ୍ୟକ୍ଷ ।

you can also read…

   Related Posts