ପରଲୋକରେ ଗ୍ରାମୀ ପୁରସ୍କାର ବିଜେତା କୁଲିଓ, ବାଥରୁମ୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | September 29, 2022 IST

ମୁମ୍ଵାଇ ୨୯।୦୯: ପ୍ରସିଦ୍ଧ ରାପର କୁଲିଓଙ୍କର ପରଲୋକ । ୫୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ଲସ୍ ଆଞ୍ଜେଲସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଗୀତ ଦେବା ସହ 'ଗ୍ୟାଙ୍ଗଷ୍ଟା ପାରାଡାଇଜ୍' ରେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ତାଙ୍କ ମ୍ୟାନେଜର ତଥା ବନ୍ଧୁ ଜାରେଜ ପୋସି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏକ ୱେବସାଇଟକୁ ସୂଚନା ଦେଇ ସେ କହିଛନ୍ତି ଯେ ସେପ୍ଟେମ୍ବର ୨୮ରେ କୁଲିଆ ଏକ ବନ୍ଧୁଙ୍କ ଘରର ବାଥରୁମରେ ଚେତାଶୂନ୍ୟ ହୋଇ ପଡିଥିଲେ।

କହିବାକୁ ଗଲେ ଯେ କୁଲିଓ ୮୦ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘ ୧୫ ବର୍ଷ ଅପେକ୍ଷା କରିବା ପରେ୧୯୯୫ ମସିହାରେ ଗାଗଷ୍ଟା ପାରାଡାଇଜ୍ ସହିତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସାଉଣ୍ଡଟ୍ରାକ୍ ହେତୁ ତାଙ୍କୁ ଗ୍ରାମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେ ତାଙ୍କ ଗୀତ କ୍ୟାରିୟରରେ ଅନେକ ସ୍ମରଣୀୟ ଗୀତ ଦେଇଛନ୍ତି। ରାପର୍ ହେବା ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜର ଚେଷ୍ଟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.