ପୃଥିବୀରେ ମାଡ ହେବ ବିଶାଳ ଗ୍ରହାଣୁ ! ସୃଷ୍ଟି କରିପାରେ ବିପର୍ଯ୍ୟୟ !

Published By : Prameya-News7 Bureau | January 04, 2022 IST

ନୂଆଦିଲ୍ଲୀ, ୦୪/୦୧:  ପୃଥିବୀ ପୃଷ୍ଠକୁ ମାଡି ଆସୁଛି ବଡ ବିପଦ । ନାସା ଜାରି କରିଛି ଚେତାବନୀ । ଜାନୁଆରୀରେ ପୃଥିବୀର ନିକଟ ଦେଇ କିଛି ଗ୍ରହାଣୁ ଅତିକ୍ରମ କରିବ ବୋଲି ନାସା କହିଛି । ଏହାମଧ୍ୟରୁ ଏକ ବିଶାଳ ଗ୍ରହାଣୁର ଆକାର ଏକ କିମି ହେବ । ଯଦି ଏହା ଧକ୍କା ହୁଏ ତେବେ ପୃଥିବୀରେ ବିପର୍ଯ୍ୟୟ ଘଟାଇବ ବୋଲି ଅନୁମାନ କରାଯାଉଛି ।

ମାଡି ଆସୁଥିବା ଗ୍ରହାଣୁର ନାଁ ବୈଜ୍ଞାନିକମାନେ ୭୪୮୨ -୧୯୯୪ ପିସି ୧ ଦେଇଛନ୍ତି । ଯାହାର ପରିଧି ଏକ କିମିରୁ ଅଧିକ ହେବ । ଏହାର ପ୍ରସ୍ଥ ୧.୩ କିମି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଯାହା ଏଫିଲ୍ ଟାଓ୍ୱାରଠୁ ୪ ଗୁଣ ଓ ନ୍ୟୁୟର୍କ ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂଠୁ ୩.୫ ଗୁଣ ବଡ ।

ଏହି ଗ୍ରହାଣୁକୁ ଆପୋଲୋ ଶ୍ରେଣୀର ବୋଲି କୁହାଯାଉଛି ।ଏହାକୁ ନାସା ବିପଜ୍ଜନକ ଗ୍ରହାଣୁ ବୋଲି କହିଛି । ତେବେ ଏହା ପୃଥିବୀର ମାଡ ହେବା ଆଶଙ୍କା କମ୍ ରହିଛି । ନାସାର କହିବାନୁସାରେ, ଏହି ଗ୍ରହାଣୁ ଆସନ୍ତା ୧୮ ତାରିଖରେ ପୃଥିବୀର ନିକଟତର ହେବ ।  ପୃଥିବୀଠୁ ଗ୍ରହାଣୁ ୧.୯୮ ମିଲିୟନ କିମି ଦୂରରେ ଅତିକ୍ରମ କରିପାରେ । ଏପରି ଗ୍ରହାଣୁ ୧୦୦ ବର୍ଷରେ ଥରେ ମହାକାଶରେ ଦୃଶ୍ୟମାନ ହୋଇଥାନ୍ତି ।

ଇସ୍ରାଏଲ ଓ୍ୱିଜମ୍ୟାନ୍ ଇନଷ୍ଟିଚ୍ୟୁଟ୍ ଅପ୍ ସାଇନ୍ସର କହିବାନୁସାରେ, କୌଣସି ଗ୍ରହାଣୁର ପରିଧି ୧୪୦ ମିଟରରୁ ଅଧିକ ହେଲେ ଏହା ଶକ୍ତି ନିର୍ଗମନ କରିଥାଏ । ଯାହା ପରମାଣୁ ବୋମାଠୁ ଅଧିକ ବୋଲି ଇନଷ୍ଟିଚ୍ୟୁଟ୍ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.