ବହୁଚର୍ଚ୍ଚିତ ୧୯୯୯ ଗ୍ରାହମଷ୍ଟେନ ହତ୍ୟା ଘଟଣା : ଦାରା ସିଂର ପ୍ରମୁଖ ସହଯୋଗୀ ବୁଦ୍ଧଦେବ ନାୟକ ଗିରଫ

Published By : Prameya-News7 Bureau | September 21, 2019 IST

ବାରିପଦା ୨୧।୯: ବହୁଚର୍ଚ୍ଚିତ ୧୯୯୯ ମସିହା ଗ୍ରାହମଷ୍ଟେନ ହତ୍ୟା ମାମଲାରେ ଦାରାସିଂର ପ୍ରମୁଖ ସହଯୋଗୀ ବୁଦ୍ଧଦେବ ନାୟକକୁ ଗିରଫ କରିଛି ସିବିଆଇ । ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ସ୍ଥିତ ନିଶ୍ଚିତପୁର ଗ୍ରାମରୁ ଗିରଫ ହୋଇଛି ବୁଦ୍ଧଦେବ । ସେ ନିଜ ଘରେ ଶୋଇଥିବାବେଳେ ଠାକୁରମୁଣ୍ଡା ପୋଲିସ ଏବଂ ସିବିଆଇ ବିଳମ୍ବିତ ରାତି ପ୍ରାୟ ୨ ଟା ବେଳେ ଅଚାନକ ଚଢ଼ାଉ କରିଥିଲେ । ବୁଦ୍ଧଦେବ ନାୟକଙ୍କୁ ଗିରଫ କରି ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି ।

୨୦ବର୍ଷ ପରେ ଦାରାସିଂର ସହଯୋଗୀ ବୁଦ୍ଧଦେବ ନାୟକ ସିବିଆଇ ଦ୍ବାରା ଗିରଫ ହୋଇଛି । ଅଷ୍ଟ୍ରେଲିଆ ମିସନାରୀ ଗ୍ରାହମଷ୍ଟେନ ଓ ତାଙ୍କର ୨ ନାବାଳକ ପୁତ୍ରଙ୍କୁ ଜୀବନ୍ତ ପୋଡି ମାରିବା ଘଟଣା ପରେ ଫେରାର ଥିଲା ବୁଦ୍ଧଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.