ଆସିଲା ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ

Published By : Prameya-News7 Bureau | November 23, 2024 IST

ପୁରୀ:  ଆସିଲା ରତ୍ନଭଣ୍ଡାରର  ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନକୁ ସର୍ଭେ ରିପୋର୍ଟ ହସ୍ତଗତ ହୋଇଥିବା ଏକ୍ସରେ ମୁଖ୍ୟ ପ୍ରଶାସକ ଶନିବାର ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ଵ ବିଭାଗ(ଏଏସଆଇ) ହାଇଦ୍ରାବାଦ NGRI ସହାୟତାରେ ସର୍ଭେ ହୋଇଥିଲା। 

ଏକ୍ସରେ ପୋଷ୍ଟ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ।

ନଭେମ୍ବର ୧୮ ତାରିଖରେ  ଜାନୁଆରୀ ମାସ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ ସରିବ ବୋଲି ଆଇନ ମନ୍ତ୍ରୀ କହିଥିଲେ ।  ଏ ନେଇ ASI ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯଥାଶୀଘ୍ର ଏହି କାମ ସାରିବାକୁ ଆମେ ଟାର୍ଗେଟ ରଖିଛୁ। ସେହିପରି ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗକୁ ଆଗେଇବ। ରତ୍ନଭଣ୍ଡାରରେ କୌଣସି ଗୁପ୍ତ ସୁଡ଼ଙ୍ଗ ନାହିଁ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି । ତେବେ ରତ୍ନ ଭଣ୍ଡାରରେ ଫାଟ ରହିଥିବା ମନ୍ତ୍ରୀ ସ୍ପଷ୍ଟ   କରିଥିଲେ। 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୨ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାମ ସରିଥିଲା। ଦୁଇ ଦିନ କାଳ ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଥିଲା ଏନ୍ ଜି ଆର୍ ଇ ଟିମ୍ । ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ କରାଯାଇ ବିଭିନ୍ନ ଡାଟା ସଂଗ୍ରହ କରିଥିଲେ ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.