Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟାୟଧୀଶ ନିଯୁକ୍ତି ପ୍ରକ୍ରିୟା; କଲେଜିୟମରେ ସରକାରଙ୍କ ପ୍ରତିନିଧି ସାମିଲ କରିବାକୁ ଆଇନମନ୍ତ୍ରୀଙ୍କ ଚିଠି, ପୂର୍ବରୁ ଖାରଜ କରିଥିଲେ କୋର୍ଟ

16/01/2023 at 2:07 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଜଣେ ପ୍ରତିନିଧି ରଖିବାକୁ ପ୍ରସ୍ତାବ । ନ୍ୟାୟଧୀଶ ନିଯୁକ୍ତି ସାମ୍ବିଧାନିକ ପ୍ରକିୟାରେ ସରକାରଙ୍କ ଜଣେ ପ୍ରତିନିଧିକୁ ସାମିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି ଆଇନ ମନ୍ତ୍ରୀ କିରଣ ରିଜୁଜ୍ । ଏହି ପ୍ରସ୍ତାବ ପୁଣିଥରେ ବିଚାର କରିବାକୁ ସେ କହିଛନ୍ତି ।

ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଲାଗିରହିଛି । ଏହାରି ଭିତରେ ୨୫ ବର୍ଷ ପୂରୁଣା   କଲେଜିୟମ ସିଷ୍ଟମରେ କେନ୍ଦ୍ର ସରକାରଙ୍କ ଜଣେ ପାରଦର୍ଶିତା ସମ୍ପନ୍ନ ପ୍ରତିନିଧିକୁ ସାମିଲ କରିବାକୁ ସିଏଜେଆଇଙ୍କୁ ପ୍ରସ୍ତାବ ଦେଇଛନ୍ତି ରିଜୁଜ୍ । ନ୍ୟାୟିକ ପ୍ରକ୍ରିୟାରେ ସାର୍ବଜୀନକ ଉତ୍ତରଦାୟୀ ପାଇଁ ଏହା ଜରୁରୀ ବୋଲି ଚିଠିରେ ଲେଖାଯାଇଛି । ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମରେ  କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ ହାଇକୋର୍ଟ ନ୍ୟାୟଧୀଶ ନିଯୁକ୍ତି ସାମ୍ବିଧାନିକ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି ସାମିଲ କରିବାକୁ କହିଛନ୍ତି ।

ଆଇନ୍ ପ୍ରକ୍ରିୟାରେ ଏଭଳି ପ୍ରସ୍ତାବକୁ ପୂର୍ବରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠ ଖାରଜ କରିଥିଲେ । ଦ୍ବିସ୍ତରୀୟ ନ୍ୟାୟଧିଶ ଚୟନ ପ୍ରକ୍ରିୟାରେ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଅର୍ଥ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମକୁ ମୋଡି ମକଚିବା ସହିତ ସମାନ । ସାଂସଦମାନଙ୍କ ସର୍ବସମତି କ୍ରମେ ପାରିତ ହୋଇଥିଲା, ଏହାକୁ ଅସାମ୍ବିଧାନିକ କହି ଖରାଜ କରିଥିଲେ । ଏବେ ପୁଣି ଥରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ରିଜୁଜ୍ କହିଛନ୍ତି ।

ବିଚାରପତି ଚୟନ ପ୍ରକ୍ରିୟାରେ ଅସ୍ପଷ୍ଟତାକୁ ନେଇ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରୁମା ପଲ୍ ୨ ଦଶକର ପୂରୁଣା ଟିପ୍ପଣୀ ଦେଇଛନ୍ତି । ଯେଉଁଥିରେ ନ୍ୟାୟଧିଶ ଚୟନ ପ୍ରକ୍ରିୟା କାର୍ଯ୍ୟପାଳିକା ଠାରୁ ଛଡେଇ ନିଆଯାଇଥିଲା । ୧୯୯୩ ଓ ୧୯୯୮ ଦୁଇ ସମ୍ବିଧାନିକ ପୀଠଙ୍କ ନିର୍ଣ୍ଣୟ ଆଧାରରେ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତି ପ୍ରକ୍ରିୟାକୁ କଲେଜିୟମକୁ ଦିଆଯାଇଛି ।

   Related Posts