scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

AIରୁ ଚାକିରିକୁ କୌଣସି ବିପଦ ନାହିଁ, ଏପରି କରିବୁ ନିୟନ୍ତ୍ରଣ: କେନ୍ଦ୍ରମନ୍ତ୍ରୀ

9/06/2023 at 6:25 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତିମ ବୁଦ୍ଧିମତା) ପରିଚାଳନା ପାଇଁ ଆଇନ ପ୍ରସ୍ତୁତ କରିପାରନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ଏପରି କିଛି ସଂକେତ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଅନ୍ୟ ବିକଶିତ ଟେକ୍ନୋଲଜିକୁ ଯେପରି ନିୟନ୍ତ୍ରଣ କରୁଛନ୍ତି, ଏଆଇକୁ ମଧ୍ୟ ଠିକ୍ ସେହିପରି ରେଗୁଲେଟ୍ କରିବେ । ଏହାସହ କହିଛନ୍ତି, ‘ସରକାର ୟୁଜରଙ୍କ କ୍ଷତିକୁ କମ କରାଇବେ କିମ୍ୱା ଏହାକୁ କାମ କରିବାକୁ ଅନୁମତି ଦେବେ ନାହିଁ । ସରକାର ୟୁଜର୍ସଙ୍କ ପହଞ୍ଚିବାକୁ ଥିବା ପ୍ରତି ଦିଗକୁ ଧ୍ୟାନରେ ରଖି ଏହାକୁ ପରିଚାଳନା କରିବେ’।

ରାଜୀବନ ଚନ୍ଦ୍ରଶେଖର କହିଛନ୍ତି, ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବର୍ତ୍ତମାନ ସମୟରେ ଟାକ୍ସ ଓରିଏଣ୍ଟେଡ୍ ରହିଛି ଏବଂ ଯେଉଁଠାରେ ଲଜିକ୍ ଏବଂ ରିଜନିଂ ଆବଶ୍ୟକତା ପଡ଼େ ସେଠାରେ ଏଆଇ ଫେଲ୍ ମାରୁଛି । ତେଣୁ ଏଆଇର ବର୍ତ୍ତମାନ ସ୍ୱରୁପରେ ଚାକିରି ଯିବାର କୌଣସି ବିପଦ ନାହିଁ’। ମନ୍ତ୍ରୀ କହିଛନ୍ତି, ‘ଚାକିରିରେ ସାଧାରଣତଃ ଲଜିକ୍ ଏବଂ ରିଜନିଂର ଆବଶ୍ୟକତା ପଢିଥାଏ ଏବଂ ଏଆଇ ଏହି ମାମଲାରେ ସେତେ ଭଲ ନାହିଁ’ ।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ଓପେନ ଏଆଇ ସିଇଓ ସାମ ଅଲ୍ଟମ୍ୟାନ । ପିଏମ୍ ମୋଦୀ ଟ୍ୱିଟ୍ କହିଥିଲେ, ‘ଆମେ ସମସ୍ତ ସହଯୋଗଙ୍କୁ ସ୍ୱାଗତ କରୁଛୁ, ଯାହା ଆମ ନାଗରିକଙ୍କୁ ସଶକ୍ତ କରାଇବା ପାଇଁ ଆମ ଡିଜିଟାଲ ଟ୍ରାନ୍ସଫରମେସନକୁ ଗତି ଦେଇପାରିବ’ ।

Also Read: ଭାରତରେ ମେଟାର ସବ୍ସକ୍ରିପ୍‌ସନ ପ୍ଲାନ୍ ଲଞ୍ଚ୍, ୟୁଜରଙ୍କୁ ମିଳିବ ଏହିସବୁ ସୁବିଧା

   Related Posts