ସିରିଜ୍‌ ଦୁର୍ଘଟଣା ଘଟାଇଲା ସରକାରୀ ଗାଡ଼ି, ୫ ଗୁରୁତର

Published By : Prameya-News7 Bureau | October 10, 2022 IST

ଧର୍ମଗଡ,୧୦/୧୦: ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଗଲା ସରକାରୀ ଗାଡ଼ି । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି l ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡି ବାଇକରେ ଯାଉଥିବା ଲୋକଙ୍କୁ ଜଣ ପରେ ଜଣେ ଧକ୍କା ଦେଇଥିଲା । ଫଳରେ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି l ଗୁରୁତରମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଗୁରୁତରଙ୍କ ମଧ୍ୟରେ ଜଣେ ୭ ବର୍ଷୀୟ ଝିଅ ରହିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.