ପାଇପ ଯୋଗେ ପିଇବାପାଣି ଯୋଗାଇବାରେ ସରାକର ବିଫଳ କହିଲେ ସିଏଜି, ଅଦାଲତକୁ ଯିବ ବିଜେପି
21/09/2018 at 5:52 PM

ଭୁବନେଶ୍ବର୨୧|୯: ପାଇପ ଯୋଗେ ପିଇବାପାଣି ଯୋଗାଇବାରେ ସରାକର ବିଫଳ। ଏକାଥା ଆମେ କହୁନୁ କହୁଛି ସିଏଜିଙ୍କ ରିର୍ପୋଟ। ସିଏଜିରିର୍ପୋଟ ଅନୁସାରେ ୨୦୧୭ ସୁଦ୍ଧା ୩୫.୦୭ ପ୍ରତିଶତ ଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇବାକୁ ପ୍ରତିଶ୍ରୃତି ଦେଇଥିଲେ । ହେଲେ ମାତ୍ର ୩ପ୍ରତିଶତ ଘରକୁ ଯୋଗାଇପାରିଛନ୍ତି। ଯାହାକୁ ନେଇ ବିରୋଧୀ ମଧ୍ୟ ଗଣ୍ଠି କରିଛନ୍ତି। ଏପଟେ ମନ୍ତ୍ରୀ କିନ୍ତୁ କାନ୍ଧରୁ ଦାୟିତ୍ବ ଖାସାଇ ପାଞ୍ଚାୟତ ଉପରେ ଦୋଷ ଲଦିଛନ୍ତି…
ଏହା ସହ ସବୁ ସ୍କୁଲ ଏବଂ ଅଙ୍ଗନବାଡିକୁ ପାଇପ ଯୋଗେ ପାଣି ଯୋଗାଇବାକେୁ ପ୍ରତିଶ୍ରୁତି ସରକାର ଦେଇଥିଲେ। ହେଲେ୬୭ହଜାର୭୬୭ ସ୍କୁଲ ଓ ଅଙ୍ଗନବାଡିରୁ ୫୨ହଜାର୪୩୨ସ୍କୁଲ ଓ ଅଙ୍ଗନବାଡିକୁ ପାଇପ ଯୋଗେ ପାଣି ଯୋଗାଇଛନ୍ତି। ଯାହା ମାତ୍ର ୭୭ ପ୍ରତିଶତ। ଏବେ ସିଏଜି ରିର୍ପୋଟକୁ ଗଣ୍ଠି କରିଛନ୍ତି ବିରୋଧୀ । ବିରୋଧୀଙ୍କ କହିବା ଅନୁସାରେ ଏହି ତିନି ପ୍ରତିଶତ କେବଳ ଉପକୂଳ ଜିଲ୍ଲାରେ ହୋଇଥବ। ବାକି ଜିଲ୍ଲାରେ ପାଣି ବ୍ୟବସ୍ଥା ହୋଇଛି ସତ କିନ୍ତୁ କେଉଠି ପମ୍ପ ପୋଡି ଯାଇଛି ଆଉ କେଉଁଠି କନକେସନ ଦିଆଯାଇନି। ଏପେଟ ସିଏଜିକୁ ରିର୍ପୋଟକୁ ନେଇ କୋର୍ଟକୁ ଯିବାକୁ ଧମକ ଦେଇଛି ବିଜେପି।
ସିଏଜି ରିର୍ପୋଟକୁ ଆଧାରା କରି ବିରୋଧୀ ସରାକରଙ୍କୁ ଟାର୍ଗେଟ କରିବାବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀ କିନ୍ତୁ କାନ୍ଧରୁ ଦାୟିତ୍ବ ଖସାଇଛନ୍ତି। ଗାଁରେ ପିଇବା ପାଣି ଯୋଗାଇବା ପଞ୍ଚାୟତ ଦାୟୀତ୍ବ। ତେଣୁ ପାନୀୟଜଳ ବିଭାଗର କିଛି ନାହିଁ। କିନ୍ତୁ ବିଭାଗ ତଥ୍ୟ ଅନୁସରେ ୪୫ ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇଦିଆଯାଇଛି। ଆଉ ୨ବର୍ଷରେ ଏହ ୬୦ ପ୍ରତିଶତ ଛୁଇଁବ।
ସିଏଜିଙ୍କ ରିର୍ପୋଟ ଅନୁସାରେ ଗାଁ ପଶଣି ଯୋଗାଇବାରେ ସରକାର ଫେଲ ମାରିଛନ୍ତି। କିନ୍ତୁ ସରକାର ବିଭାଗୀୟ ଡାଟାରେ ଖୁସ ଅଛନ୍ତି। ଯେଉଁଥିପାଇଁ ମୁହଁ ଟାଣି ଦେଖାଉଥିଲେ। ହେଲେ ପଛରେ ପୁଣି ତଦନ୍ତ କରିବାକୁ ପ୍ରକାଶ କରିଛନ୍ତି।