ଜାନୁଆରୀରୁ କେବଳ ସିଏନଜି ଏବଂ ଇ-ଅଟୋର ହେବ ପଞ୍ଜିକରଣ: ୨୦୨୬ ଏନସିଆରରୁ ହଟିବ ସବୁ ଡିଜେଲ୍ ଅଟୋ
1/12/2022 at 8:23 PM

ନୂଆଦିଲ୍ଳୀ, ୧/୧୨: ୨୦୨୬ ସୁଦ୍ଧା ଏନସିଆରରୁ ପ୍ରତ୍ୟାହାର ହେବ ସବୁ ଡିଜେଲ୍ ଅଟେ। ଏହା ସହ ରାଜ୍ୟରେ କେବଳ ଇଲେକ୍ଟ୍ରିକ୍ ଏବଂ ସିଏନଜି ଗାଡ଼ି ରେଜିଷ୍ଟର କରିବାକୁ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାକୁ ନିର୍ଦେଶ ଦିଆଯାଇଛି।
କେନ୍ଦ୍ରର ଏୟାର କ୍ବାଲିଟି ପ୍ୟାନେଲ ୧ ଜାନୁଆରୀ ୨୦୨୩ ଠାରୁ ଏନସିଆାର ଅନ୍ତର୍ଗତ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାକୁ କେବଳ ଇଲେକ୍ଟ୍ରିକ୍ ଏବଂ ସିଏନଜି ଗାଡ଼ି ରେଜିଷ୍ଟର କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଦିଲ୍ଳୀ ଏନସିଆରରୁ ୨୦୨୬ ସୁଦ୍ଧା ପର୍ଯ୍ୟାୟକ୍ରମେ ସବୁ ଡିଜେଲ୍ ଗାଡ଼ିକୁ ହଟାଇବାକୁ ନିର୍ଦେ୍ଦଶ ଦେଇଛନ୍ତି।
ଏୟାରକ୍ବାଲିଟି ଗୁଣବତ୍ତା ପରିଚାଳନା ତରଫରୁ ଜାରି ଆଦେଶ ଅନୁଯାୟୀ, ଏହାର ଉଦ୍ଦେଶ୍ୟ ୨୦୨୭ ଜାନୁଆରୀ ୧ ଠାରୁ ଏନସିଆରରେ କେବଳ ଇ-ଅଟୋ ଏବଂ ସିଏନଜି ଗାଡ଼ି ଚଳାଇବା ନେଇ ରହିଛି। ଏହି ଆଦେଶରେ ତିନି ରାଜ୍ୟଙ୍କୁ କେବଳ ସିଏନଜି ଏବଂ ଇ-ଅଟୋ ପଞ୍ଜୀକରଣ କରିବାକୁ ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏନସିଆରରୁ ଡିଜେଲ୍ ଗାଡ଼ିକୁ ପର୍ଯ୍ୟାକ୍ରମେ ୨୦୨୬ ସୁଦ୍ଧା ପ୍ରତ୍ୟାହାର କରିବାକୁ କୁହାଯାଇଛି।
ଏନସିଆରରେ ଦିଲ୍ଲୀ, ହରିୟାଣାର ୧୪ ଜିଲ୍ଳା, ଉତ୍ତରପ୍ରଦେଶ ୮ ଜିଲ୍ଳା ଏବଂ ରାଜସ୍ଥାନର ୨ ଜିଲ୍ଲା ଆସୁଛି। ୧୯୯୮ରେ ଦିଲ୍ଳୀ ସରକାର ଏକ କାର୍ଯ୍ୟକ୍ରମ ଆଣିଥିଲେ ଯେଉଁଥିରେ ଯେଉଁଥିରେ ଡିଜେଲ୍ ଅଟୋରିକ୍ସାକୁ ସିଏନଜିରେ ପରିବର୍ତ୍ତିତ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀରେ ଡିଜେଲ୍ ଅଟୋ ପଞ୍ଚୀକରଣ ହେଉନାହିଁ।