ବଜେଟ୍ ୨୩-୨୪: ବେଲ୍ ଟଙ୍କା ଦେଇ ନପାରି ସଜା କାଟୁଥିବା ଗରିବ କଏଦୀଙ୍କୁ ଆର୍ଥିକ ସହାୟତା ଦେବେ ସରକାର
1/02/2023 at 5:07 PM

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩-୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବେଲ୍ ନ ପାଇ ଜେଲ୍ରେ ସଡ଼ୁଥିବା ଗରିବ ଲୋକଙ୍କ ପାଇଁ ମଧ୍ୟ ବଜେଟ୍ରେ ବ୍ୟବସ୍ଥା ରହିଛି। ଯେଉଁମାନେ କଏଦୀମାନେ ବେଲ୍ ଟଙ୍କା ନ ଦେଇପାରି ଜେଲ୍ରେ ସଜା କାଟୁଛନ୍ତି ସେମାନଙ୍କୁ ସରକାର ଆବଶ୍ୟକୀୟ ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ନିର୍ମଳା ସୀତାରମଣ ବେଜ୍ଟରେ ଘୋଷଣା କରିଛନ୍ତି।
ଏନେଇ ସେ କହିଛନ୍ତି “ ଯେଉଁ ଗରିବ ଲୋକଟି ପେନାଲ୍ଟି କିମ୍ବା ବେଲ୍ ଟଙ୍କା ଦେଇ ନପାରିବାରୁ ଜେଲ୍ରେ ସଜା କାଟୁଛି ତାଙ୍କୁ ସରକାର ଆବଶ୍ୟକୀୟ ଆର୍ଥିକ ସହଯୋଗ ଯୋଗାଇ ଦେବେ।”
ସୂଚନା ଥାଉକି ଗତବର୍ଷ ପ୍ରଧାନମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାଗୁଡ଼ିକର ବିଚାରାଧୀନ କଏଦୀମାନଙ୍କର ମାମଲାର ତ୍ୱରିତ ସମାଧାନ କରାଯାଉ। ଆଇନ ଅନୁସାରେ ବିଚାର କରି ମାନବୀୟ ସମ୍ବେଦନଶୀଳତା ଆଧାରରେ ସେମାନଙ୍କୁ ଜେଲ୍ରୁ ମୁକ୍ତ କରାଯାଉ ବୋଲି ମୋଦୀ କହିଥିଲେ।
ଏନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟୋକ ଜିଲ୍ଲାର ଜିଲ୍ଲା ଜଜ୍ଙ୍କ କିମିଟ ମୁଖ୍ୟ ଅଛନ୍ତି। ତେଣୁ ମାମଲାଗୁଡ଼ିକର ଯେ କୌଣସି ସମୟରେ ପୁନର୍ବିଚାର ହୋଇପାରିବ। ଏପରି ହେଲେ ଏଭଳି ସଜା କାଟୁଥିବା ଗରିବ ଲୋକମାନେ ହୁଏତ ମୁକ୍ତି ପାଇଯାଇ ପାରନ୍ତେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।