ଆଧାର କାର୍ଡ ସହ ଲିଙ୍କ୍ ହେବ ଭୋଟ୍ ପରିଚୟପତ୍ର, ନିର୍ବାଚନ କମିଶନକୁ ସରକାର ଦେବେ କ୍ଷମତା

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨: ଆଧାର କାର୍ଡ ସହ ଭୋଟ୍ ପରିଚୟ ପତ୍ରକୁ ଲିଙ୍କ୍ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବକୁ ଆଇନ ମନ୍ତ୍ରଣାଳୟ ଗ୍ରହଣ କରିଛି । ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଅନୁଷ୍ଠିତ ବୈଠକରେ ପେଡ୍ ନ୍ୟୁଜ୍ ଏବଂ ନିର୍ବାଚନୀ ସତ୍ୟପାଠରେ ଭୁଲ ସୂଚନା ଦେବାକୁ ଅପରାଧ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ । ଆଇନ ମନ୍ତ୍ରଣାଳୟ ନିର୍ବାଚନୀ ପ୍ରକ୍ରିୟାରେ ପରିବର୍ତ୍ତନ ଲାଗି ପ୍ରସ୍ତୁତି କରୁଛି । ଫଳରେ ବର୍ତ୍ତମାନ ଯେଉଁ ପ୍ରକ୍ରିୟା ରହିଛି ସେଥିରେ ପରିବର୍ତ୍ତନ ହେବ । ଏଭଳି ହେଲେ ପ୍ରାବାସୀମାନେ ସେହି ଅଞ୍ଚଳରେ ହିଁ ଭୋଟ୍ ଦେଇପାରିବେ ଯେଉଁ ଅଞ୍ଚଳରେ ସେମାନେ ରହିଥିବେ ।

ସୂଚନା ଅନୁଯାୟୀ, ପେଡ୍ ନ୍ୟୁଜ୍ ଏବଂ ଭୁଲ ନିର୍ବାଚନୀ ଶପଥପାଠ ସହ ନିର୍ବାଚନରେ ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ ଆୟୋଗର ଆଇନ ମନ୍ତ୍ରଣାଳୟ ସହ ବୈଠକ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା, ନିର୍ବାଚନ ଅଧିକାରୀ ଅଶୋକ ଲାବାସା ଏବଂ ସୁଶୀଲ ଚନ୍ଦ୍ରା ଆଇନ ମନ୍ତ୍ରଣାଳୟର ସଚିବ ଜି ନାରାୟଣ ରାଜୁଙ୍କ ସହ ଆଲୋଚନା କରିଛନ୍ତି । ଭୋଟ୍ ପରିଚୟପତ୍ରକୁ ଆଧାର ନମ୍ବର ସହ ଲିଙ୍କ୍ କରାଇବା ନେଇ ବୈଠକରେ ଆଲୋଚନା ହୋଇଛି।

ବୈଠକରେ ନିର୍ବାଚନ ଆୟୋଗ ଜନପ୍ରତିନିଧି ଆକ୍ଟରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଭୋଟ୍ ପରିଚୟ ପତ୍ର ପ୍ରସ୍ତୁତି ଏବଂ ଭୋଟର ସୂଚୀରେ ପୂର୍ବରୁ ସାମିଲ ଲୋକଙ୍କୁ ଆଧାର ନମ୍ବର ମାଗିବାର ବ୍ୟବସ୍ଥା ରହିଛି । ଆଇନ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ନିର୍ବାଚନ ଆୟୋଗକୁ ଭୋଟରଙ୍କ ତଥ୍ୟକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥ୍ୟ ଲିକ୍ କୁ ରୋକିବାକୁ ଜରୁରୀ ପଦକ୍ଷେପଗୁଡିକର ସୂଚୀ ପ୍ରସ୍ତୁତ କରିଛି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ନୂଆ ଭୋଟରଙ୍କ ପାଇଁ ବହୁଗୁଣିତ ରେଜିଷ୍ଟ୍ରିକରଣର ବିକଳ୍ପ ଦେବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ଯଦିଓ ଏଥିପାଇଁ ରେଜିଷ୍ଟ୍ରିର ତାରିଖ ଜାନୁଆରୀ ୧ ରହିଛି । ନିର୍ବାଚନ ଆୟୋଗ ବିଭିନ୍ନ ବିକଳ୍ପ ଅବଲମ୍ବନ କରିବାକୁ ଚାହୁଁଛି । କାରଣ ଅଧିକରୁ ଅଧିକ ଲୋକ ୧୮ ବର୍ଷ ପରେ ଯେକୌଣସି ସମୟରେ ଭୋଟ୍ ପରିଚୟ ପତ୍ର ପ୍ରସ୍ତୁତ କରିପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.