ମହଙ୍ଗା ହୋଇପାରେ ବିମାନ ଯାତ୍ରା, ଅଗଷ୍ଟ ୩୧ ପରେ ଭଡା ନିର୍ଦ୍ଧାରଣ କରିବେ ଏୟାରଲାଇନ୍ସ !

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ଆଗାମୀ ଦିନରେ ମହଙ୍ଗା ହୋଇପାରେ ବିମାନ ଯାତ୍ରା । ଘରୋଇ ଉଡାଣ ପାଇଁ ଭଡା ନିର୍ଦ୍ଧାରଣର ଅଧିକାରୀ ପୁଣି ଥରେ ବିମାନ ପରିଚାଳନା କମ୍ପାନି ଗୁଡିକୁ ଦେବା ଲାଗି ସରକାର ସ୍ଥିର କରିଛନ୍ତି । କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ ମାସରେ ଘରୋଇ ଉଡାଣ ପାଇଁ ବିମାନ ଭଡାର ସୀମା ନିର୍ଦ୍ଧାରଣ କରାଯାଇଥିଲା, ଏବେ ଏହାକୁ ଫେରାଇ ନେବା ପାଇଁ ସରକାର ସ୍ଥିର କରିଛନ୍ତି । ୨୦୨୨ ଅଗଷ୍ଟ ୩୧ରୁ ଏହା କାର୍ଯ୍ୟକାରୀ ହେବ ନାହିଁ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଘରୋଇ ଉଡାଣର ଭଡା ଉପରେ ଥିବା ସୀମାକୁ ହଟାଇବାର ନିଷ୍ପତ୍ତି ନିଆଯାଇଛି । ବିମାନର ଇନ୍ଦନ ମୂଲ୍ୟ ଏବଂ ଏହାର ପ୍ରତିଦିନର ଚାହିଦାର ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଉଦ୍ୟୋଗକୁ ସ୍ଥିରତା ଫେରିଛି ଏବଂ ଭବିଷ୍ୟତରେ ଘରୋଇ ଏୟାର ଟ୍ରାଫିକରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହାପରେ ବିମାନ ଇନ୍ଧନର ମୂଲ୍ୟରେ ମଧ୍ୟ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି କାରଣରୁ ବିମାନ କମ୍ପାନି ଗୁଡିକ ଉପରେ ଆର୍ଥିକ ବୋଝ ପଡୁଛି। ତେବେ ବର୍ତ୍ତମାନ ବିମାନ ଇନ୍ଧନ ମୂଲ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ଘରୋଇ ବିମାନ ଯାତ୍ରା ଭଡା ନିର୍ଦ୍ଧାରଣ ଅଧିକାର ବିମାନ କମ୍ପାନି ଗୁଡିକ ହାତକୁ ଆସିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.